Categories: ଜାତୀୟ

ୟୁକ୍ରେନ୍ ଫେରନ୍ତା ମେଡିକାଲ ଛାତ୍ରଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯ ।୭: ରୁଷିଆ-ୟୁକ୍ରେନ୍ ଯୁଦ୍ଧରୁ ଜୀବନ ବଞ୍ଚାଇ ସ୍ୱଦେଶ ଫେରି ଆସିଥିବା ପ୍ରାୟ ୨୦ ହଜାର ମେଡିକାଲ୍ର ଷ୍ଟୁଡେଣ୍ଟଙ୍କ ଭବିଷ୍ୟତକୁ ନେଇ ସରକାର ବଡ ଘୋଷଣା କରିଛନ୍ତି । ସରକାର ୟୁକ୍ରେନରୁ ଫେରିଥିବା ମେଡିକାଲ ଷ୍ଟୁଡେଣ୍ଟଙ୍କୁ ଶୀଘ୍ର ମେଡିକାଲ ଗ୍ରାଜୁଏଶନ ଏକଜାମରେ ବସିବାକୁ ଅନୁମତି ପ୍ରଦାନ କରିଛନ୍ତି ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୨୦ ହଜାର ମେଡିକାଲ ଷ୍ଟୁଡେଣ୍ଟ ଭାରତ ଫେରି ଆସିଛନ୍ତି । ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ(ନ୍ୟାଶନାଲ ମେଡିକାଲ କମିଶନ) ନିୟମ ଦର୍ଶାଇ ଜୀବନ ବଞ୍ଚାଇ କ୍ୟାରିୟରକୁ ବାଜି ଲଗାଇଫେରିଆସିଥିବା ଷ୍ଟୁଡେଣ୍ଟକୁ ସାହାଯ୍ୟ କରିବାକୁ ମନା କରି ଦେଇଥିଲା ।

Share