Categories: ଜାତୀୟ

ରେଲଓ୍ବେର ପ୍ରମୁଖ ମ୍ୟାନେଜମେଣ୍ଟ ସିଷ୍ଟମକୁ ସଂରକ୍ଷିତ ଘୋଷଣା କଲେ ସରକାର, କ୍ଷତି ଘଟାଇଲେ ୧୦ବର୍ଷ ଜେଲ୍‌

ନୂଆଦିଲ୍ଲୀ,୩୦।୮: ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ କେନ୍ଦ୍ର ସରକାର ଉତ୍ତର ମଧ୍ୟ ରେଲଓ୍ବେ ଯାତାୟାତ ନିୟନ୍ତ୍ରଣ ଓ ମଧ୍ୟ ତଥା ପଶ୍ଚିମ ରେଲଓ୍ବେ ଟ୍ରେନ ମ୍ୟାନେଜମେଣ୍ଟ ସିଷ୍ଟମକୁ ସଂରକ୍ଷିତ ଘୋଷଣା କରିଛନ୍ତି। ଆଇଟି ଆକ୍ଟ ଅନୁଯାୟୀ, ଏକ ସଂରକ୍ଷିତ ସିଷ୍ଟମ ହେଉଛି କମ୍ପ୍ୟୁଟର ଉତ୍ସ ଯାହା ଅକ୍ଷମ କିମ୍ବା ତ୍ରୁଟିପୂର୍ଣ୍ଣମ। ତେବେ ଜାତୀୟ ସୁରକ୍ଷା, ଅର୍ଥନୀତି, ଜନସ୍ବାସ୍ଥ୍ୟ ଏବଂ ନିରାପତ୍ତା ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇପାରେ।

ନୂତନ ନିୟମ ଅନୁଯାୟୀ, ଆଇଟି ଆକ୍ଟର ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ। ତାଙ୍କ ଉପରେ ଜରିମାନା ମଧ୍ୟ ଲାଗୁ କରାଯାଇପାରେ।
ରେଲଓ୍ବେ ବୋର୍ଡ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଦକ୍ଷିଣ ମଧ୍ୟ ରେଲଓ୍ବେର ଟ୍ରେନ ଧକ୍କା ଏଡାଇବା ସିଷ୍ଟମ କବଚକୁ ମଧ୍ୟ ଆଇଟି ଅଧିନିୟମ ଅନୁଯାୟୀ ସଂରକ୍ଷିତ ବ୍ୟବସ୍ଥା ଭାବରେ ଘୋଷଣା କରାଯାଇଛି।

Share