Categories: ଜାତୀୟ

ଟୁଇଟରକୁ କେନ୍ଦ୍ର ସରକାରଙ୍କ ନୋଟିସ: ଆକାଉଣ୍ଟକୁ ଚାଲୁ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩।୧: ଟୁଇଟରକୁ କେନ୍ଦ୍ର ସରକାରଙ୍କ ଏକ ନୋଟିସ ଜାରି କରାଯାଇଛି। ହିଂସା ସୃଷ୍ଟି ପାଇଁ ବନ୍ଦ କରାଯାଇଥିବା ଆକାଉଣ୍ଟକୁ ପୁଣି ଚାଲୁ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଧବାର ନିର୍ଦ୍ଦେଶ ଜାରି କରାଯାଇଛି। ଚାଷୀ ଆନ୍ଦୋଳନ ଆରମ୍ଭ ହେବାଠାରୁ ଦେଶରେ ହିଂସା ସୃଷ୍ଟି ଭଳି ଅନେକ ଆପତ୍ତିଜନକ ମନ୍ତବ୍ୟ ଟୁଇଟ କରାଯାଇଛି। ହେଲେ ତାହାକୁ ଠିକ୍‌ ସମୟରେ ହଟାଯାଇ ନାହିଁ। ଅନ୍ୟପକ୍ଷେ ଚାଷୀ ଆନ୍ଦୋଳନକୁ ନେଇ ହିଂସା ସୃଷ୍ଟି କଲା ଭଳି ଟୁଇଟ କରୁଥିବା ଲୋକଙ୍କ ଆକାଉଣ୍ଟ ସ୍ଥଗିତ କରିବାର କିଛି ଘଣ୍ଟା ପରେ ପୁଣି ଥରେ ଚାଲୁ ନ କରିବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଯଦି ସରକାରଙ୍କ ଆଦେଶକୁ ଟୁଇଟର କାର୍ଯ୍ୟକାରୀ ନ କରେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି।
ସୂଚନା ଯୋଗ୍ୟ, ଚାଷୀ ଆନ୍ଦୋଳନ ଏବଂ ସାଧାରଣତନ୍ତ୍ର ଦିବସରେ ଘଟିଥିବା ଘଟଣାକୁ ନେଇ ହିଂସା ସୃଷ୍ଟି କଲାଭଳି ଟୁଇଟ କରୁଥିବା ବ୍ୟବହାରକାରୀ ଏବଂ ଟୁଇଟକୁ ରି-ଟୁଇଟ କରୁଥିବା ୨୫୦ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଥିଲା। ହେଲେ ବନ୍ଦ କରିବାର କିଛି ଘଣ୍ଟା ପରେ ଟୁଇଟର ପୁଣି ଆକାଉଣ୍ଟ ଚାଲୁ କରିଦେଇଥିଲା। ଏନେଇ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି।

Share