Categories: ଜାତୀୟ

ଦେଶଦ୍ରୋହ ମାମଲାରେ ଉତ୍ତର ପାଇଁ ସମୟ ଲୋଡିଲେ କେନ୍ଦ୍ର ସରକାର..

ନୂଆଦିଲ୍ଲୀ, ୫।୫ : ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଗୁରୁବାର କରାଯାଇଛି। ଶୁଣାଣି କରାଯାଇଥିଲା। ଆଟର୍ନି ଜେନେରାଲ କେ.କେ ଭେନୁଗୋପାଲ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ରହି ମହାରାଷ୍ଟ୍ରରେ ହନୁମାନ ଚଲିସା ପାଠ କରିବା ଅଭିଯୋଗ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସେ ପ୍ରଧାନ ବିଚାରପତି ଏନଭି. ରମନାଙ୍କୁ କହିଥିଲେ ଯେ ଦେଶରେ କଣ ଚାଲିଛି ଆପଣ ନିଶ୍ଚୟ ଦେଖିଥିବେ।

ଏହା ସହିତ ସେ କହିଛନ୍ତି ଯେ ଦେଶଦ୍ରୋହ ଆଇନ ସମ୍ବନ୍ଧରେ ଏକ ବିସ୍ତୃତ ଗାଇଡ ଲାଇନର ଆବଶ୍ୟକତା ରହିଛି। ଏହି ନିୟମକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ୍‌ ନୁହେଁ। ଶୁଣାଣି ସମୟରେ ସେ ଦେଶଦ୍ରୋହରେ ଗିରଫ ଏବଂ ମହାରାଷ୍ଟ୍ରରେ ହନୁମାନ ଚଲିସା ପାଠ କରିବା ପାଇଁ ଜାମିନ ନାମଞ୍ଜୁର ହେବାର ସୂଚନା ପ୍ରଦାନ କରିଥିଲେ।

ଦେଶଦ୍ରୋହ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ରର ଉତ୍ତର ଲୋଡିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୟ ଲୋଡା ଯାଇଛି। ଏହା ଉପରେ ଆଟର୍ନି ଜେନେରାଲ କହିଛନ୍ତି ଯେ ଆଇନଜୀବୀମାନେ ଏହାର ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି। ଏହା ଦାଖଲ ହେବା ପୂର୍ବରୁ ଦକ୍ଷ ଅଧିକାରୀଙ୍କ ଅନୁମୋଦନ ଗ୍ରହଣ କରିବାକୁ ପଡିବ। ସରକାର ଏହାର ଜବାବ ନ ଦେବା ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖାଯିବା ଆବଶ୍ୟକ ବୋଲି ସେ କହିଥିଲେ।

ମେ’ ୯ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଉତ୍ତର ଦାଖଲ କରିବା ଲାଗି ଏନେଇ ସମୟ ନେଇଛନ୍ତି। ଏହାପରେ ମେ’ ୧୦ରେ ଏହାର ଶୁଣାଣି କରାଯିବ। ଏହାକୁ ବୃହତ ଖଣ୍ଡପୀଠକୁ ପଠାଯିବ କି ନାହିଁ ସେନେଇ ନିଷ୍ପତ୍ତି ଗ୍ରହଣ କରାଯିବ।

Share