ପାଣି ବୋତଲ ପାଇଁ ନୂଆ ନିୟମ ଆଣିବେ କେନ୍ଦ୍ର ସରକାର

ଭୁବନେଶ୍ୱର,୨୨ା୪((ଅନୁରାଧା ମହାରଣା): ବଜାରରେ ବିକ୍ରି ହେଉଥିବା ପାଣି ବୋତଲକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଏନେଇ ଯୋଜନା ପ୍ରସ୍ତୁତ କରିଛି। ଏଣିକି ପାଣି ବୋତଲ କମ୍ପାନୀଗୁଡ଼ିକୁ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଆଇଏସ୍‌)ସାର୍ଟିଫିକେଟ୍‌ ହାସଲ କରିବାକୁ ପଡିବ। ଯଦି କୌଣସି କମ୍ପାନୀର ଏହି ସାର୍ଟିଫିକେଟ ନାହିଁ ତେବେ ଏହି ବୋତଲ ବିକ୍ରି କରିପାରିବେ ନାହିଁ। ପାଣି ବୋତଲ ଆମଦାନୀ ଉପରେ ଏହି ନିୟମର ବିଶେଷ ପ୍ରଭାବ ପଡ଼ିବ ବୋଲି ମତ ପ୍ରକାଶ ପାଇଛି।

୨୦୨୩ ଜୁଲାଇରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ୬ ମାସ ମଧ୍ୟରେ କାର୍ଯ୍ୟକାରୀ ହେବାର ଥିଲେ ମଧ୍ୟ ହୋଇ ନ ଥିଲା। ମାତ୍ର ବର୍ତ୍ତମାନ ଏହା ଆସନ୍ତା ଜୁନ୍‌ରେ କାର୍ଯ୍ୟକାରୀ ହେବାକୁ ଯାଉଛି। ମନ୍ତ୍ରଣାଳୟ କମ୍ପାନୀମାନଙ୍କୁ ବିଆଇଏସ୍‌ ସାର୍ଟିଫିକେଟ ହାସଲ କରିବା ପାଇଁ ଜୁନ୍‌ ୨୪ ପର୍ଯ୍ୟନ୍ତ ସମୟ ଦେଇଛି। ଏହା ପରେ ଖୁଚୁରା ଏବଂ ଇ-କମର୍ସ ଇଣ୍ଡଷ୍ଟ୍ରିରୁ ଅନେକ ବୋତଲ ବ୍ରାଣ୍ଡ୍‌ ବଜାରରୁ ଉଭେଇଯାଇପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି।

ସୂଚନା ଥାଉ କି, ବର୍ତ୍ତମାନ ଦେଶର ଅଧିକାଂଶ କମ୍ପାନୀ ତମ୍ବା, ଷ୍ଟେନ୍‌ଲେସ ଏବଂ ଆଲୁମିନିୟମ ପାଣି ବୋତଲ ଆମଦାନୀ କରୁଛନ୍ତି। ବିଆଇଏସ ସହିତ ଜଡିତ ଏହି ନିୟମ କାର୍ଯ୍ୟକାରୀ ହେବା ପରେ ସେମାନଙ୍କୁ ଦେଶରେ ଉତ୍ପାଦନ ଆରମ୍ଭ କରିବାକୁ ପଡ଼ିବ। ଆଇସିଆଇସିଆଇ ରିପୋର୍ଟ ଅନୁଯାୟୀ, ଏହି ନିଷ୍ପତ୍ତି ବଡ଼ କମ୍ପାନୀଗୁଡ଼ିକ ପାଇଁ ଲାଭଦାୟକ ହେବ। ଭାରତରେ ତମ୍ବା, ଷ୍ଟେନ୍‌ଲେସ ଏବଂ ଆଲୁମିନିୟମ ପାଣି ବୋତଲ ଉତ୍ପାଦନ ଖୁବ୍‌ କମ୍‌ ଅଟେ।

ବର୍ତ୍ତମାନ ନୂତନ ନିୟମ ଲାଗୁ ହେବା ପରେ କମ୍ପାନୀଗୁଡିକୁ ଅଧିକ ଆମଦାନୀ ଶୁଳ୍କ ଦେବାକୁ ପଡ଼ିବ କିମ୍ବା ନିଜସ୍ବ ବୋତଲ ଉତ୍ପାଦନ କରିବାକୁ ପଡ଼ିବ। ଦେଶର ବଡ଼ କମ୍ପାନୀଗୁଡିକ ଏହି ପ୍ରସଙ୍ଗରେ ନୀରବ ଥିବାବେଳେ ଛୋଟ କମ୍ପାନୀଗୁଡିକ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ନୂତନ ନିୟମ ସେମାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇବ। ଏହି କମ୍ପାନୀଗୁଡିକର ବଜାରରେ ପ୍ରାୟ ୩୦ ପ୍ରତିଶତ ଅଂଶଧନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri