Categories: ଜାତୀୟ

ୟୁକ୍ରେନ ବିରୁଦ୍ଧରେ ସାମରିକ ଆକ୍ରମଣ ବନ୍ଦ କରିବାକୁ ରୁଷିଆ ଉପରେ କେନ୍ଦ୍ର ଚାପ ପ୍ରୟୋଗ କରିବା ଉଚିତ: ଆରଏସ୍‌ଏସ୍‌

ନୂଆଦିଲ୍ଲୀ,୨୬।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ରାଷ୍ଟ୍ରିୟ ସ୍ବୟଂସେବକ ସଂଘ(ଆରଏସ୍‌ଏସ୍‌) ପକ୍ଷରୁ ଏକ ବୟାନ ସାମ୍ନାକୁ ଆସିଛି। ୟୁକ୍ରେନରେ ସାମରିକ ଆକ୍ରମଣ ବନ୍ଦ କରିବାକୁ ରୁଷିଆ ଉପରେ ଚାପ ପ୍ରୟୋଗ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛି ଆରଏସ୍‌ଏସ୍‌। ଏଥିସହ ପୁଟିନଙ୍କ ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଲାଗି ପ୍ରବର୍ତ୍ତାଇବାକୁ ଆରଏସ୍‌ଏସ୍‌ ବିଶ୍ୱସ୍ତରୀୟ ନେତା, ରାଜନୈତିକ ଓ ସମାଜର ଅନ୍ୟ ଲୋକଙ୍କୁ ନିବେଦନ କରିଛି। ଏତଦ୍‌ ବ୍ୟତୀତ ୟୁକ୍ରେନ୍‌ରେ ପସିରହିଥିବା ଭାରତୀୟଙ୍କ ସହାୟତା ପାଇଁ ଆରଏସ୍‌ଏସ୍‌ର ସହଯୋଗୀ ସଂଗଠନ ହିନ୍ଦୁ ସ୍ବୟଂସେବକ ସଂଗଠନ (ଏଚ୍‌ଏସ୍‌ଏସ୍‌) ମଧ୍ୟ ଆଗକୁ ଆସିିଛି। ସୂଚନାଯୋଗ୍ୟ, ଶୁକ୍ରବାର ଆରଏସ୍‌ଏସ୍‌ର ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଇନ୍ଦ୍ରେଶ କୁମାର ୟୁକ୍ରେନ ବିରୋଧରେ ସାମରିକ ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଉପରେ ଚାପ ପକାଇବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ଏଥିସହ ସେ କହିଛନ୍ତି, ଯୁଦ୍ଧ ଦ୍ୱାରା କୌଣସି ସମସ୍ୟାର ସମାଧାନ ହୁଏ ନାହିଁ। ଏହା କେବଳ ମାନବିକତାକୁ କ୍ଷତି ପହଞ୍ଚାଇଥାଏ। ଭାରତ ଶାନ୍ତି ଚାହୁଁଛି। ତେବେ ଏଭଳି କୌଣସି ପରିସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ, ଯାହା ଯୁଦ୍ଧ କରିବାକୁ ପ୍ରବର୍ତ୍ତାଇବ। ଯୁଦ୍ଧର ଭୟାବହତା ଅତ୍ୟନ୍ତ ଭୟାନକ, ଯନ୍ତ୍ରଣାଦାୟକ ଓ ଅସହ୍ୟ ବୋଲି ଇନ୍ଦ୍ରେଶ କୁମାର କହିଛନ୍ତି।

 

Share