Posted inଜାତୀୟ

ସିଏପିଏଫ୍‌ ଯବାନଙ୍କ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ କରାଯିବ ଅବଗତ,ସୁପ୍ରିମ୍‌କୋଟଙ୍କ ଅନୁମତି…

ନୂଆଦିଲ୍ଲୀ,୧୪।୩ : କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ୍‌) ରେ ଥିବା ଯବାନମାନେ ଧୀରେଧୀରେ ନିଜର ମାନସିକ ସନ୍ତୁଳନ ହରାଇ ବସୁଥିବା ଦେଖିବାକୁ ମିଳୁଛି। ଯବାନଙ୍କ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜଣେ ଅବସରପ୍ରାପ୍ତ ସିଏପିଏଫ୍‌ ସଦସ୍ୟ ପ୍ରତିନିଧି ଭାବେ ଅବଗତ କରାଇବେ।

ବିଚାରପତି ଅବଦୁଲ୍‌ ନାଜିର ଏବଂ କ୍ରିଷ୍ଣା ମୁରାରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏସମ୍ପର୍କରେ ଅନୁମତି ପ୍ରଦାନ କରିଛନ୍ତି। ବରିଷ୍ଠ ଆଇନଜୀବୀ ଚନ୍ଦେର ଉଦୟ ସିଂଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହା କହିଛନ୍ତି।

ମେଣ୍ଟାଲ କେୟାର ଆକ୍ଟ-୨୦୧୭ ଅନୁଯାୟୀ ଯବାନମାନଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ଆବେଦନରେ ଉଲେ୍‌ଲଖ କରାଯାଇଥିଲା।

ସୂଚନାଯୋଗ୍ୟ, ସିଏପିଏଫ୍‌ ଅଧୀନରେ ଥିବା ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ବାହିନୀରେ ୨୦୧୯ରୁ ୨୦୨୧ ଗତ ୩ ବର୍ଷ ମଧ୍ୟରେ ମୋଟ ୨୫ ଜଣ ଯବାନଙ୍କ ଜୀବନ ଯାଇଛି। ୨୦୧୯ରେ ଏହିପରି ଘଟଣାରେ ୯ ଜଣ ଯବାନ ଏବଂ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା। ୨୦୨୦ରେ ୮ ଜଣ ଏବଂ ୨୦୨୧ରେ ମଧ୍ୟ ୮ ଜଣ ଯବାନଙ୍କ ମୃତ୍ୟୁ ଘଟିଛି।

ପୂର୍ବତନ ବିଏସ୍‌ଏଫ୍‌ ଏଡିଜି ସଞ୍ଜୀବ କୃଷ୍ଣ ସୁଦ କହିଛନ୍ତି ଯେ ଏହା ପଛରେ କେତେକ କାରଣ ରହିଛି, ଯାହାକି ସିଏପିଏଫ୍‌ ଯବାନମାନଙ୍କୁ ନିଜ ସହକର୍ମୀ କିମ୍ବା ଅଧିକାରୀଙ୍କ ହତ୍ୟା କରିବା ପରି ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି କରିଥାଏ। ଯବାନମାନେ ଠିକ ସମୟରେ ଛୁଟି ପାଉ ନଥିବାରୁ ଏବଂ ସେମାନଙ୍କର ଅଭିଯୋଗର ଶୁଣାଣି ଠିକ ଭାବରେ କରାଯାଉ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ସେ କହିଛନ୍ତି। ତେବେ ଏଭଳି ଘଟଣା ପାଇଁ ଅନ୍ୟ କେତେକ କାରଣ ମଧ୍ୟ ଦାୟୀ। ଯବାନମାନଙ୍କ ଉପରେ କାର୍ଯ୍ୟ ଭାର ଅଧିକ। ଅନେକ ସ୍ଥାନରେ ସେମାନଙ୍କୁ ୧୫ ଘଣ୍ଟା ଡ୍ୟୁଟି କରିବାକୁ ପଡିଥାଏ। ଫଳରେ ଯବାନମାନେ ଠିକ ଭାବରେ ଶୋଇପାରୁ ନାହାଁନ୍ତି। ଯଦି ସେମାନେ ସେମାନଙ୍କର ସମସ୍ୟାକୁ କାହା ସାମ୍ନାରେ ରଖନ୍ତି, ତେବେ ଉପଯୁକ୍ତ ଶୁଣାଣି ମଧ୍ୟ ହୁଏ ନାହିଁ। ଫଳରେ ସେମାନେ ମାନସିକ ସନ୍ତୁଳନ ହରାଇ ବସୁଛନ୍ତି ।

କେତେକ ସ୍ଥାନରେ ବାରାକ୍‌ ଏବଂ ଅନ୍ୟାନ୍ୟ ସୁବିଧାର ଅଭାବ ରହିଛି। ସହକର୍ମୀଙ୍କ ସହ ଯୁକ୍ତିତର୍କ କିମ୍ବା ଜଣେ ସିନିୟରଙ୍କ ଗାଳି ଯୋଗୁ କ୍ରୋଧରେ ସେ ନିଜ ସାଥୀମାନଙ୍କ ଉପରେ ଗୁଳି ଚଳାଇଥାନ୍ତି ବୋଲି ଏଡିଜି ସଞ୍ଜୀବ କହିଛନ୍ତି। ସେହିପରି କେତେକ କ୍ଷେତ୍ରରେ ଜୁନିଅର ଏବଂ ସିନିୟରସ୍ତରରେ ଯବାନମାନଙ୍କ ଅଭିଯୋଗ କେହି ଶୁଣନ୍ତି ନାହିଁ। କ୍ୟାଡର ଅଧିକାରୀମାନେ ସେମାନଙ୍କ ନିଜ ସମସ୍ୟାରେ ବ୍ୟସ୍ତ ରହିଥାନ୍ତି। ଏପରି ସୂଚନା ବାହାରକୁ ଆସିପାରେ ନାହିଁ। କିନ୍ତୁ ଡ୍ୟୁଟିରେ ଏହା ପରିପ୍ରକାଶ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri