କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ପ୍ରସ୍ତୁତି…

ନୂଆଦିଲ୍ଲୀ,୨୬।୧୨ : ପୃଥିବୀର ବିଭିନ୍ନ ଦେଶରେ ବଢୁୁଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ଦେଶରେ କୋଭିଡର ନୂତନ ବିପଦ ସମ୍ପର୍କରେ କେନ୍ଦ୍ର ସରକାର ପୁଣି ଚେତାବନୀ ଦେଇଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ଜଡିତ ସୂତ୍ରରୁ ଜଣାପଡିଛି ଯେ ଯଦି ଦେଶର କିଛି ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଡାକ୍ତରଖାନାରେ ସ୍ଥିତି ଅଣାୟତ୍ତ ହୁଏ ତେବେ ଏହାର ମୁକାବିଲା ପାଇଁ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରାଯିବ। ତେଣୁ ପୂର୍ବରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

Share