ନୂଆଦିଲ୍ଲୀ,୨୮।୭: କରୋନା ମହାମାରୀ ସମୟରେ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କୁ ଆଶ୍ୱସ୍ତି। ବର୍ତ୍ତମାନ ସମୟରେ ଯେଉଁମାନେ ସରକାରୀ କର୍ମଚାରୀ ଅବସର ନେବେ ସେମାନଙ୍କୁ ପ୍ରୋଭିଜନାଲ ପେନ୍ସନ ବା ଏକ ନିର୍ଦ୍ଦିଷ୍ଟ ସମୟ ଯାଏ ପେନ୍ସନ ସୁବିଧା ପ୍ରଦାନ ନେଇ ସରକାର ବ୍ୟବସ୍ଥା କରିବେ। ମହାମାରୀ ପାଇଁ ସରକାରୀ କାର୍ଯ୍ୟାଳୟଗୁଡିକରେ କାର୍ଯ୍ୟ ବର୍ତ୍ତମାନ ବାଧାପ୍ରାପ୍ତ ହୋଇଛି। ଏହି ସମୟରେ ଯେଉଁ କର୍ମଚାରୀ ଅବସର ନେଉଛନ୍ତି ସେମାନଙ୍କୁ ପେନ୍ସନ ପେମେଣ୍ଟ ଅର୍ଡର (ପିପିଓ) ଦିଆଯିବାରେ ବିଭିନ୍ନ ଅସୁବିଧା ଉପୁଜୁଛି। ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ଧ୍ୟାନରେ ରଖିଛନ୍ତି। କର୍ମଚାରୀଙ୍କୁ ନିୟମିତ ପେନ୍ସନ ନ ମିଳିବା ଯାଏ ସାମୟିକ ପେନ୍ସନ ପ୍ରଦାନ କରିବା ଲାଗି ନିଷ୍ପତ୍ତି ହୋଇଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି।