Categories: ଜାତୀୟ

ସିବିଆଇ ଡିଆଇଜି ମୋହିତ ଗୁପ୍ତାଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୨୨।୮ : କେନ୍ଦ୍ର ସରକାର ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ମୋହିତ ଗୁପ୍ତାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମୋହିତ ଗୁପ୍ତା ଉତ୍ତର ପ୍ରଦେଶ କ୍ୟାଡରର ୨୦୦୬ ବ୍ୟାଚ ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ।
କାର୍ମିକ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ମୋହିତ ଗୁପ୍ତାଙ୍କ କାର୍ଯ୍ୟକାଳକୁ ଡିଆଇଜି, ସିବିଆଇ ଭାବରେ ୪ ସେପ୍ଟେମ୍ବର ୨୦୨୩ ରୁ ୩ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କର୍ତ୍ତୃପକ୍ଷ ଅନୁମୋଦନ କରିଛନ୍ତି।

ପୋଲିସ ଅଧୀକ୍ଷକ ରଘୁରାମରାଜନ ଏ ଏବଂ ବିଦ୍ୟୁତ ବିକାଶଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଛି। ରଘୁରାମରାଜନ ନାଗାଲାଣ୍ଡ କ୍ୟାଡରର ୨୦୧୨ ବ୍ୟାଚ ଆଇପିଏସ ଅଧିକାରୀ । ଏସପି, ସିବିଆଇଙ୍କର କାର୍ଯ୍ୟକାଳ ୧୬ ସେପ୍ଟେମ୍ବର ୨୦୨୩ ରୁ ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଦୁଇ ବର୍ଷ ବୃଦ୍ଧି କରାଯାଇଛି।

ବିଦ୍ୟୁତ ବିକାଶଙ୍କ କାର୍ଯ୍ୟକାଳ ୧ ସେପ୍ଟେମ୍ବର ୨୦୨୩ ରୁ ୧୯ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେ ଜଣେ ୨୦୦୮ ବ୍ୟାଚ ଭାରତୀୟ ରାଜସ୍ବ ସେବା (କଷ୍ଟମ୍ସ ଏବଂ ସେଣ୍ଟ୍ରାଲ ଏକ୍ସାଇଜ) ଅଧିକାରୀ।

Share