Categories: ଜାତୀୟ

ସରକାରୀ ବାବୁ ସାବଧାନ, ୯.୧୫ ସୁଦ୍ଧା ଅଫିସ୍‌ ନ ପହଞ୍ଚିଲେ…

ନୂଆଦିଲ୍ଲୀ, ୨୨।୬: କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର । ଅଫିସ୍‌ରେ ଡେରିରେ ପହଞ୍ଚୁଥିବା କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ସରକାର । କେନ୍ଦ୍ର କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ବା ଡିଓପିଟି ୧୫ ମିନିଟ୍‌ ଡେରି ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଅନୁମତି ଦେଇଛି । ବିଭାଗର ନିର୍ଦ୍ଦେଶ ଅନୁସାରେ କର୍ମଚାରୀ ସକାଳ ୯.୧୫ ସୁଦ୍ଧା ଅଫିସ୍‌ରେ ପହଞ୍ଚି ଉପସ୍ଥାନ ଜାହିର କରିବେ । ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ ବାୟୋମେଟ୍ରିକ୍‌ ସିଷ୍ଟମର ବ୍ୟବହାର କରିବେ । ଏହାର ଉପଯୋଗ କୋଭିଡ୍‌ ପରେ ଅର୍ଥାତ ପାଖାପାଖି ୪ ବର୍ଷ ହେଲା କିଛି କର୍ମଚାରୀ କରୁନଥିବା କୁହାଯାଇଛି ।

ତେବେ ଏନେଇ କୁହାଯାଇଛି ଯେ, ଯଦି ସକାଳ ୯.୧୫ ସୁଦ୍ଧା କର୍ମଚାରୀ କାର୍ଯ୍ୟାଳୟରେ ନପହଞ୍ଚିଲେ ସେମାନଙ୍କର ଅଧା ଦିନ ଛୁଟି କାଟି ଦିଆଯିବ । ଜାରି ହୋଇଥିବା ସର୍କୁଲାରରେ କୁହାଯାଇଛି ଯେ କୌଣସି କାରଣରୁ ଯଦି କର୍ମଚାରୀ ବିଶେଷ ଦିନରେ ଉପସ୍ଥିତ ନହୋଇ ପାରନ୍ତି ତେବେ ତାଙ୍କୁ ଆଗୁଆ ସୂଚନା ଦେବାକୁ ପଡ଼ିବ । ଏଥିସହିତ ଅକସ୍ମିକ ଛୁଟି ପାଇଁ ଆବେଦନ କରିବାକୁ ପଡ଼ିବ ।

Share