
ବରଗଡ଼,୩।୪(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରରେ ହେଉଥିବା ବୈଶାଖ ମେଳା ପାଇଁ କେନ୍ଦ୍ରୀୟ ଅନୁଦାନ ଦାବି କଲେ ବରଗଡ଼ ଏମ୍ପି ପ୍ରଦୀପ ପୁରୋହିତ। ସାମଜିକ ଓ ପରମ୍ପରା ଦୃଷ୍ଟିରୁ ଏହି ବୈଶାଖ ମେଳା କେବଳ ଓ ନୁହେଁ ପ ରାଜ୍ୟ ଛତିଶଗ ପାଇଁ ମଧ୍ୟ ବହୁ ଗୁରୁତ୍ୱ ବହନ କରିଥାଏ। ପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳାରେ ଦୁଇ ରାଜ୍ୟର ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥାନ୍ତି । ଆୟୋଜନ କମିଟି ପକ୍ଷରୁ ପ୍ରତିବର୍ଷ ମେଳାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥାଏ। ତେଣୁ କେନ୍ଦ୍ର ସରକାର ଏହି ମେଳା ପାଇଁ ପ୍ରତିବର୍ଷ କିଛି ଆର୍ଥିକ ସହାୟତା ଯୋଗାଇଲେ ମେଳା ଆହୁରି ସରସ ସୁନ୍ଦର ହୋଇପାରିବ ବୋଲି କହିଛନ୍ତି ବରଗଡ଼ ଏମ୍ପି। ଏହା ସହ ମେଳା ଆୟୋଜନ କିଭଳି ଆହୁରି ସୂଚାରୁରୂପେ ହୋଇପାରିବ ସେନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ଏମ୍ପି।
ଚଳିତବର୍ଷ ମେ ୭ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ମହାସମାରୋହରେ ଆୟୋଜନ କରାଯାଉଛି । ଦୀର୍ଘ ୫ ଦିନ ଧରି ମହାଆ ଏହି ମେଳା ଆଧ୍ୟାତ୍ମିକ ପରିବେଶରେ ଆୟୋଜନ କରାଯାଉଛି । ପ୍ରଭୁ ନୃସିଂହନାଥଙ୍କ ନିକଟରେ ପୂଜା କଲେ ସବୁ ମନୋସ୍କାମନା ପୂରଣ ହୁଏ ବୋଲି ବହୁ କାଳରୁ ଲୋକଙ୍କ ବିଶ୍ୱାସ ରହିଛି । ସ୍ଥାନୀୟ ଲୋକଙ୍କ ଆସ୍ଥା ଓ ଭାବାବେଗ ସହ ଜ ହୋଇ ରହି ଆସିଛି ପ୍ରଭୁଙ୍କ ବୈଶାଖ ମେଳା । ସେଥିପାଇଁ ବୈଶାଖ ମେଳାରେ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ହେଲେ କେନ୍ଦ୍ର ସରକାର ଏଥିପାଇଁ କୌଣସି ଅନୁଦାନ ଦିଏ ନାହିଁ । ବରଗଡ଼ ଏମ୍ପି ପ୍ରଥମ ଥର ଏମ୍ପି ହେବା ପରେ ଏହି ବୈଶାଖ ମେଳା ପାଇଁ କେନ୍ଦ୍ରୀୟ ଅନୁଦାନ ପାଇଁ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ନିକଟରେ ଦାବି ଉପସ୍ଥାପନା କରିଛନ୍ତି । ବରଗ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ନୃସିଂହନାଥ ପୌରାଣିକ ମନ୍ଦିର ଅବସ୍ଥାପିତ । ଏହା ତ୍ରୟୋଦେଶ ଶତାବ୍ଦୀରେ ନିର୍ମିତ ବୈଷ୍ଣବ ମନ୍ଦିର । ଯେଉଁଠାରେ ଭଗବାନ ନୃସିଂହ ବିରା ବା ମାର୍ଜାର ରୂପେ ପୂପେ ପାଉଛନ୍ତି। ପାଟଣାଗଡ଼ ରାଜା ବୈଜଳ ସିଂହ ଦେବ ୧୩୧୩ ରେ ଏହି ମନ୍ଦିର ର୍ନିମାଣ କରିଥିଲେ । ୪୫ ଫୁଟ ଉଚ୍ଚ ଓ ଏହାର ଦୁଇଟି ଭାଗ ରହିଛି । ପ୍ରଥମଟିରେ ନୃସିଂହନାଥ ବିଗ୍ରହ ପୂଜା ପାଉଥିବା ବେଳେ ଅନ୍ୟଟିରେ ଜଗମୋହନ ପୂଜା ପାଉଛନ୍ତି ।