ନୂଆଦିଲ୍ଲୀ, ୧୨।୬: ଦେଶରେ ଲୋକସଭା ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ଆରମ୍ଭ ହୋଇଛି ନୂଆ ସରକାର ମୋଦି ୩.୦ । ମୋଦିଙ୍କ ସହିତ ୭୨ ମନ୍ତ୍ରୀ ଶପଥ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ମନ୍ତ୍ରାଳୟ ବଣ୍ଟନ ହୋଇସାରିଛି । ହରଦୀପ ସିଂ ପୁରୀଙ୍କୁ ପୁଣିଥରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ମିଳିଛି । ସେ ଦାୟିତ଼୍ବ ଗ୍ରହଣ କରିବା ସହିତ ଏକ ବଡ଼ ଘୋଷଣା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଏନେଇ କହିଛନ୍ତି ଯେ, ଚଳିତ ଥର କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ୍ ଏବଂ ପ୍ରାକୃତିକ ଗ୍ୟାସ୍ ଭଳି ପଦାର୍ଥକୁ ଦ୍ରବ୍ୟ ଏବଂ ସେବାକର ବା ଜିଏସ୍ଟି ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରିବେ । ଯାହା ଫଳରେ ସାଧାରଣ ଲୋକଙ୍କୁ ବହୁତ ଫାଇଦା ମିଳିବ ।