Categories: ଜାତୀୟ

ଟ୍ରେନ୍‌ରେ ବିନା ମାସ୍କରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଆଦାୟ ହେଲାଣି ୫୦ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୪ ।୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ସେଣ୍ଟ୍ରାଲ ରେଲୱେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଟ୍ରେନ୍ ଓ ପ୍ଲାଟଫର୍ମରେ ଯେଉଁମାନେ ମାସ୍କ ପିନ୍ଧି ନାହାନ୍ତି ସେମାନଙ୍କୁ ବିରୋଧ କରାଯାଉଛି । ଏହାସହ ସେମାନଙ୍କଠାରୁ ଜରିମାନା ବି ଆଦାୟ କରାଯାଉଛି । ଜାନୁୟାରୀ ୧୨ରେ ମଧ୍ୟ ରେଲୱେର ଷ୍ଟେଶନରେ ମାସ୍କ ନ ପିନ୍ଧିଥିବା ୨୫୬ ଯାତ୍ରୀଙ୍କୁ ଦଣ୍ଡିତ କରାଯାଇଛି । ଏମାନଙ୍କ ନିକଟରୁ ୪୪,୯୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଜାନୁୟାରୀ ୨୦୨୨ଆରମ୍ଭରୁ ଏବେ ପର୍ଯ୍ୟନ୍ତ ପ୍ରାୟ ୨୨୯୩ ଜଣ ଯାତ୍ରୀଙ୍କଠାରୁ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୩.୯୩ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ୨୦୨୧ ଏପ୍ରିଲରୁ ଏହି ନିୟମ ଲାଗୁ କରାଯାଇଥିବା ବେଳେ ଟିକେଟ ଯାଞ୍ଚ କର୍ମଚାରୀଙ୍କ ବିଶେଷ ଦଳ ଏହା ଉପରେ ନଜର ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ଫେସ ମାସ୍କ ଓ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ପ୍ରାୟ ୩୦,୩୭୫ ଜଣଙ୍କୁ ଦଣ୍ଡ ଦିଆଯାଇଥିବା ବେଳେ ସେମାନଙ୍କ ନିକଟରୁ ୫୦.୨୦ ଲକ୍ଷ ଟଙ୍କା ଆଦାୟ କରାଗଲାଣି ।

Share