ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସ୍ଟି ଲାଗୁ କରିବା ପାଇଁ କେରଳ ହାଇକୋର୍ଟ ଶୁଣାଣି କରିଥିଲେ। ଏହି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବା ବିଶେଷ ସମ୍ଭାବନା ରହିଛି। କେନ୍ଦ୍ର, ରାଜ୍ୟ ଉକ୍ତ ପ୍ରସ୍ତାବ ଉପରେ ସହମତି ଦେଖାଇବା ପରେ ହିଁ ଲୋକଙ୍କୁ ଆଶ୍ୱସ୍ତି ମିଳିବ ବୋଲି କୁହାଯାଉଛି। କେନ୍ଦ୍ର ଏବଂ ରାଜ୍ୟ ତେଲ ଉପରୁ ପାଉଥିବା ରାଜସ୍ବରେ ହ୍ରାସ ଆଶଙ୍କାକୁ ବିଚାରକୁ ନେଇ ଏହା ଉପରେ ବର୍ତ୍ତମାନ ସୁଦ୍ଧା ସହମତି ପ୍ରକାଶ ପାଇପାରିନାହିଁ। ତେଲ ଉପରେ ଜିଏସ୍ଟି ନେଇ ଚଳିତ ବର୍ଷ ଜୁନ୍ରେ କେରଳ ହାଇକୋର୍ଟରେ ଏକ ରିଟ୍ ପିଟିଶନ ଦାଏର ହୋଇଥିଲା। ଏହାର ବିଚାରକରି ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍ଟି ପରିସରଭୁକ୍ତ କରାଇବା ଲାଗି କୋର୍ଟ ଜିଏସ୍ଟି ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ।