ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୫ା୭(ବ୍ୟୁରୋ): କୋଭିଡ୍‌ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍‌। ଏହି ଟିମ୍‌ରେ କୋଲକାତାର ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ମହାପାତ୍ର ରହିଛନ୍ତି। ଟିମ୍‌ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ କୋଭିଡ୍‌ ସ୍ଥିତି ନେଇ ଆଲୋଚନା କରିବେ ।

ସଂକ୍ରମଣ ହାର ଅଧିକ ଥିବା ୬ଟି ରାଜ୍ୟ ପାଇଁ କେନ୍ଦ୍ରୀୟ ଟିମ୍‌ ଗଠନ କରିଛନ୍ତି କେନ୍ଦ୍ର ସରକାର। ଓଡ଼ିଶାରେ ବର୍ତ୍ତମାନ କୋଭିଡ୍‌ ସ୍ଥିତି ସ୍ଥିର ରହିଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ରୁ ୩ ହଜାର ଭିତରେ ରହୁଛି । ପ୍ରାୟ ୧୦ଟି ଜିଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ ଅଧିକ ରହୁଛି । ଅନ୍ୟପକ୍ଷରେ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି। ଆଜି ୫୦ ପାର୍‌ କରିଛି କରୋନା ମୃତ୍ୟୁ। ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେତେ ବଢୁଛି କାହିଁକି ବଢୁଛି, ମୃତ୍ୟୁ ସଂଖ୍ୟା କାହିଁକି ବଢୁଛି ଏନେଇ ଟିମ୍‌ ପରାମର୍ଶ ଦେବ। ପରେ କେନ୍ଦ୍ର ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବ ଟିମ୍‌।

Share