ଅଟକିବ ନାହିଁ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ: ହାଇକୋର୍ଟ…

ନୂଆଦିଲ୍ଲୀ,୩୧।୫: ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ କରାଯାଇଥିବା ଆବେଦନ ଖାଜର ହୋଇ ଯାଇଛି। ହାଇକୋର୍ଟ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅଟକିବ ନାହିଁ ବୋଲି କହିଛନ୍ତି। ଏହା ରାଷ୍ଟ୍ରୀୟ ମହତ୍ତ୍ୱ ରଖୁଥିବାରୁ ଏହାକୁ ରୋକା ଯାଇ ପାରିବ ନାହିଁ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ବିଚାରପତି ଧିରୁଭାଇ ନାରନଭାଇ ପଟେଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର ଏଭଳି ରାୟ ଦେଇଛନ୍ତି। ଏହା ସହିତ କୋଟ ଆବେଦନକାରୀଙ୍କୁ ଲକ୍ଷେ ଟଙ୍କାର ଜରିମାନା ଦଣ୍ଡାଦେଶ କରିଛନ୍ତି। ଆବେଦନକାରୀ ଉଲ୍ଲେଖ କରିଥିଲେ ଯେ, କରୋନା ମହାମାରୀ ସଂକ୍ରମଣ ସମୟରେ ଏହି ପ୍ରୋଜେକ୍ଟରେ ୫୦୦ରୁ ଅଧିକ ଶ୍ରମିକ କାମ କରୁଛନ୍ତି। କରୋନା ମାର୍ଗଦର୍ଶିକା ମଧ୍ୟ ପାଳନ କରାଯାଉ ନାହିଁ। ତେବେ ଏହାକୁ ହାଇକୋର୍ଟଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ନିର୍ମାଣ ସ୍ଥଳରେ ସମସ୍ତ କରୋନା ପ୍ରୋଟୋକଲ ପାଳନ କରାଯାଉଥିବା କୋର୍ଟ ସୂଚିତ କରିଛନ୍ତି।

Share