Posted inଜାତୀୟ

କେନ୍ଦ୍ର-ଏଏପି ସରକାରଙ୍କ ବିବାଦ: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୮।୧ : ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାର ଦାବି କରିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କ ଆବେଦନ ଉପରେ ରାୟ ବୁଧବାର ସଂରକ୍ଷିତ ରଖିଛନ୍ତି। ଶୁଣାଣି ଶେଷ ହେବା ପରେ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ମାମଲାକୁ ଏକ ବଡ଼ ବେଞ୍ଚକୁ ପଠାଇବାକୁ ଚେଷ୍ଟା କରିଥିଲେ।

ସେ କହିଥିଲେ ରାଜଧାନୀ ଅରାଜକତାକୁ ଆଖିମୁଜି ରହିବାକୁ ଦିଆଯାଇପାରିବ ନାହିଁ । ଜାନୁଆରୀ ୧୭ ରେ ଏହି ମାମଲାର ଶୁଣାଣି ହେବା ପୂର୍ବରୁ ଏବଂ ତୁଷାର ମେହେଟ୍ଟା ଦିଲ୍ଲୀ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ।

ସେ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟର ଏକ ସାମ୍ବିଧାନିକ ଖଣ୍ଡପୀଠରେ ମାମଲାର ବିଚାରାଧୀନ ଥିବା ଜାଣିବା ସତ୍ତ୍ୱେ ଆମ ଆଦମୀ ପାର୍ଟି (ଏଏପି) ସରକାର ନକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଏଏପି ସରକାର ଏଲଜି ଭି.କେ ସାକ୍ସେନାଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ସୋଲିସିଟର ଜେନେରାଲ କହିଥିଲେ ଯେ ବିରୋଧ ଏବଂ ନାଟକବାଜି କୋର୍ଟର ପ୍ରକ୍ରିୟା ପାଇଁ ବିକଳ୍ପ ହୋଇପାରିବ ନାହିଁ। ଜାତୀୟ ରାଜଧାନୀରେ ଏପରି ପ୍ରତିବାଦ ଘଟୁଥିବାର ବିଶ୍ୱ ସମୁଦାୟ ଦେଖୁଛନ୍ତି। ଏହା ଲଜ୍ଜାଜନକ ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗା ସାଧୁ କିଏ? ଜାଣନ୍ତୁ ଏମାନଙ୍କର ଜୀବନ ସହ ଜଡ଼ିତ ରହସ୍ୟମୟ କଥା…

ନୂଆଦିଲ୍ଲୀ,୨୪।୧୨: ଗଙ୍ଗା କୂଳରେ, ସୂର୍ଯ୍ୟଙ୍କ ପ୍ରଥମ କିରଣରେ ଜିଇଁ ଉଠୁଥିବା ଶୀତୁଆ ସକାଳରେ ଏକ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ପାଉଁଶ ବୋଳା ଉଲଗ୍ନ...

କୋଲକାତାର ରାସ୍ତାରୁ ଗାଏବ ହେଉଛି ‘ହଳଦିଆ ଟ୍ୟାକ୍ସି’, ଶୀଘ୍ର ପାଲଟିବ ଇତିହାସ…! 

କୋଲକାତା,୨୪।୧୨: ସ୍ବପ୍ନର ସହର କୋଲକାତା। ଭିକ୍ଟୋରିଆ ମେମୋରିଆଲ, ହାଓ୍ବଡା ବ୍ରିଜ, ରସଗୋଲା, ଟ୍ରାମ ଏବଂ ହଳଦିଆ ଟାକ୍ସି ଆଦି ଏହାର ପରିଚୟ ବୋଲି କୁହାଯାଏ। ଏସବୁ...

କୋର୍ଟରୁମ୍‌ରେ ବିଚାରପତିଙ୍କୁ ଚପଲ ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ,୨୪ା୧୨:ମହାରାଷ୍ଟ୍ର ଠାଣେ ଜିଲାର ଏକ ସେସନ୍ସ କୋର୍ଟରେ ଶନିବାର ଅପରାହ୍ନରେ ଶୁଣାଣି ବେଳେ ଜଣେ ୨୨ ବର୍ଷୀୟ ହତ୍ୟା ଅଭିଯୁକ୍ତ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଥିଲେ।...

ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା...

ପାକିସ୍ତାନର ସ୍ବପ୍ନ ଚୂରମାର କରିଦେଲା ଭାରତ

ନୂଆଦିଲ୍ଲୀ,୨୪।୧୨: ବ୍ରିକ୍ସରେ ସଦସ୍ୟତା ପାଇବାକୁ ଆଶା ରଖିଥିବା ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତର ଦୃଢ ବିରୋଧ ଯୋଗୁ ପାକିସ୍ତାନ କେବଳ ବ୍ରିକ୍ସର ସଦସ୍ୟତାରୁ...

ସମନ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୪।୧୨: ଥିଏଟରରେ ଦଳାଚକଟା ମାମଲାରେ ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଏକ ନୂଆ ସମନ ପଠାଇଛି। ଯେଉଁଥିରେ ତାଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ...

୨୫ ବର୍ଷ ତଳୁ ସରିଥିଲା ଅନ୍ତିମ ସଂସ୍କାର: ଘରକୁ ଫେରିଲେ ମହିଳା, ଆଉ ତା’ପରେ ଘଟିଲା…

ବେଙ୍ଗାଲୁରୁ,୨୪/୧୨: ୨୫ ବର୍ଷ ତଳେ କର୍ଣ୍ଣାଟକରୁ ନିଖୋଜ ହୋଇଥିବା ଜଣେ ମହିଳାଙ୍କୁ ହିମାଚଳରୁ ଉଦ୍ଧାର କରାଯାଇଛି। ପ୍ରାୟ ଦୁଇ ଦଶନ୍ଧି ତଳେ ସେ ତାଙ୍କ ପରିବାରଠାରୁ...

ଫଡନଭିସ ସରକାରରେ ନୂଆ ବିବାଦ: ଶିବସେନା ମନ୍ତ୍ରୀମାନେ କ୍ଷୁବ୍ଧ

ପୁନେ,୨୪/୧୨:ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସ ସରକାରଙ୍କ ନୂଆ ମନ୍ତ୍ରୀଙ୍କୁ ସରକାରୀ ଘର ଆବଣ୍ଟନ କରାଯାଇଛି । ସେପଟେ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା ସରକାରୀ ଗୃହକୁ ନେଇ ଆରମ୍ଭ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri