Categories: ଜାତୀୟ

ନିଶାଦ୍ରବ୍ୟ ସମ୍ପର୍କିତ ବିଜ୍ଞାପନକୁ ଅତିରଞ୍ଜିତ ନ କରିବାକୁ ଏଫ୍‌ଏମ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧।୧୨: ଏଫ୍‌ଏମ୍‌ ଚ୍ୟାନେଲଗୁଡ଼ିକରେ ପ୍ରସାରିତ ମଦ, ଡ୍ରଗ୍ସ ଏବଂ ଗନ୍‌ କଲଚର ସମ୍ପର୍କୀତ ବିଜ୍ଞାପନକୁ ଅତିରଞ୍ଜିତ ନ କରିବାକୁ ଗୁରୁବାର କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରେଡିଓ ଚ୍ୟାନେଲକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜ୍ଞାପନ ପ୍ରସାରଣ କରିବା ପୂର୍ବରୁ ଗ୍ରାଣ୍ଟ ଅଫ୍‌ ପର୍ମିସନ୍‌ ଏଗ୍ରିମେଣ୍ଟ (ଜିଓପିଏ) ଏବଂ ମାଇଗ୍ରେଶନ୍‌ ଗ୍ରାଣ୍ଟ ଅଫ୍‌ ପରମିସନ୍‌ ଏଗ୍ରିମେଣ୍ଟ (ଏମ୍‌ଜିଓପିଏ)କୁ ଭଲଭାବେ ଅନୁଧ୍ୟାନ କରି ବିଜ୍ଞାପନ ପ୍ରସାରଣ କରିବା ଆବଶ୍ୟକ। କେତେଗୁଡ଼ିଏ ଏଫ୍‌ଏମ୍‌ ରେଡିଓ ଚ୍ୟାନେଲ ମଦ ଓ ଡ୍ରଗ୍ସ ସମ୍ପର୍କିତ ବିଜ୍ଞାପନକୁ ଅତିରଞ୍ଜିତ କଲାଭଳି ଗୀତ ବ୍ୟବହାର କରୁଥିବା ଘଟଣା ସାମ୍ନାକୁ ଆସିବା ପରେ ସରକାରଙ୍କ ପକ୍ଷରୁ ଏପ୍ରକାର ନିର୍ଦ୍ଦେଶ ଜାରି କରାଯାଇଛି। ଏପ୍ରକାର ବିଜ୍ଞାପନ ପ୍ରସାରଣ ଦ୍ୱାରା ଶ୍ରୋତା ପ୍ରଭାବିତ ହେବାରେ ଆଶଙ୍କା ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share