Categories: ଜାତୀୟ

ଇସାଇ ଓ ଆଦିବାସୀ ଜନଜାତିଙ୍କ ଉପରେ ୟୁସିସି ଲାଗୁ ନ କରିବା ପାଇଁ କେନ୍ଦ୍ର ଦେଲା ଆଶ୍ୱସନା

ନୂଆଦିଲ୍ଲୀ,୮।୭: ୟୁନିଫର୍ମ ସିଭିଲ କୋଡ୍‌(ୟୁସିସି) ଲାଗୁ ହେବା ନେଇ ଜାତୀୟ ରାଜନୀତି ସରଗରମ ରହିଛି। ମୋଦି ସରକାର ଆସନ୍ତା ମୌସୁମୀ ଅଧିବେଶନରେ ଏହି ବିଲ୍‌କୁ ସଂସଦରେ ପାରିତ କରିବା ନେଇ ଚର୍ଚ୍ଚା ଚାଲିଛି। ନାଗା ପ୍ରତିନିଧିମଣ୍ଡଳ ୟୁସିସି ଲାଗୁ ନ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ତେବେ ଶାହ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ପ୍ରସ୍ତାବିତ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଆଇନରୁ ଇସାଇ ସମ୍ପ୍ରଦାୟ ତଥା କେତେକ ଆଦିବାସୀ ଜନଜାତିଙ୍କୁୁ ବାଙ୍ଦ୍‌ ଦିଆଯିବ। ଏନେଇ କେନ୍ଦ୍ର ବିଚାର କରିବ। ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ନାଗା ପ୍ରତିନିଧି ଦଳ ଶାହାଙ୍କୁ ଭେଟିଥିଲେ। ୟୁସିସିର କାର୍ଯ୍ୟକାରିତା ଏବଂ ଇଣ୍ଡୋ-ନାଗା ଶାନ୍ତି ଆଲୋଚନାରେ ଅଗ୍ରଗତି ନ ହେବା ସହିତ ରାଜ୍ୟର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିିଥିଲେ।

Share