Categories: ଜାତୀୟ

ପିଏଫ୍‌ ଆକାଉଣ୍ଟଧାରୀଙ୍କ ପାଇଁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୪।୭: କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ (ଇପିଏଫ୍‌ଓ)ର ଦାବି କ୍ରମେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ୍‌) ଉପରେ ସରକାର ସୋମବାର ସୁଧ ହାର ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଏହି ସୁଧ ହାର ୮.୧୫ ପ୍ରତିଶତକୁ ବୃଦ୍ଧି ପାଇଛି। ଇପିଏଫ୍‌ଓ ସରକାରଙ୍କୁ ଏହି ସୁଧ ହାର ବୃଦ୍ଧି କରିବାକୁ ସୁପାରିସ କରିଥିଲା। ସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟ ଏହାକୁ ଗ୍ରହଣକରି ସୁଧ ହାର ୮.୧୫କୁ ବୃଦ୍ଧି କରିବାକୁ ଅନୁମୋଦନ କରିଛି। ସରକାରଙ୍କ ଅନୁମୋଦନ ପାଇବା ପରେ ୨୦୨୨-୨୩ ଆଥିର୍ତ୍କ ବର୍ଷ ପାଇଁ ଇପିଏଫ୍‌ ଉପରେ ସୁଧ ହାର ୫କୋଟିରୁ ଅଧିକ ଆକାଉଣ୍ଟଧାରୀଙ୍କ ଉପକୃତ ହେବେ। ପୂର୍ବରୁ ଏହି ସୁଧ ହାର ୮.୦୫ ଥିଲା।

Share