Categories: ଜାତୀୟ

ବଢ଼ିଲା ବହିର୍ବ୍ୟାପାର ସଚିବଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୮।୧୧: ଭାରତର ବହିର୍ବ୍ୟାପାର ସଚିବ ବିନୟ ମୋହନ କ୍ୱାତ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଲା। ଡିସେମ୍ବର ୩୧ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଏହାକୁ ଆଉ ୧୬ ମାସ ବଢ଼ାଇ ଦିଆଯାଇଛି। ସେ ୨୦୨୪ ଏପ୍ରିଲ ୩୦ ଯାଏ ବହିର୍ବ୍ୟାପାର ସଚିବ ପଦରେ ରହିବେ। ଏନେଇ ମନ୍ତ୍ରଣାଳୟର ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ୧୯୮୮ ବ୍ୟାଚ୍‌ର ବିଦେଶ ସେବା ଅଧିକାରୀ ବିନୟଙ୍କ କାର୍ଯ୍ୟକାଳ ବଢ଼ାଇବା ପାଇଁ କ୍ୟାବିନେଟ କମିଟି ନିଷ୍ପତ୍ତି ନେଇଥିଲା। ସେ ଗତ ମେ’ରେ ୩୪ତମ ବହିର୍ବ୍ୟାପାର ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ନେପାଳରେ ଭାରତର ରାଷ୍ଟ୍ରଦୂତ ଥିଲେ।

Share