Categories: ଜାତୀୟ

ମମତା ଡାକିଲେ ଜରୁରୀ ବୈଠକ

କୋଲକାତା,୧୮ ।୧୨: ପଶ୍ଚିମବଙ୍ଗରେ କିଛିଦିନ ତଳେ ଭାରତୀୟ ଜନତା ପାର୍ଟି(ଭାଜପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରାଲି ଉପରେ ଆକ୍ରମଣ ହୋଇଥିଲା । ଏବେ ଏହାକୁ ନେଇ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ତୁତୁମେମେ ବଢିବାରେ ଲାଗିଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗୁରୁବାର ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ସଚିବଙ୍କୁ ଦିଲ୍ଲୀ ଡାକିଥିଲା । ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ଏମାନେ ଦିଲ୍ଲୀ ପହଞ୍ଚିବାକୁ କୁହାଯାଇଥିଲା । ହେଲେ କରୋନା ମହାମାରୀ କାରଣ ଦର୍ଶାଇ ଉଭୟ ଅଧିକାରୀ ଦିଲ୍ଲୀ ଆସିବାକୁ ମନା କରି ଦେଇଛନ୍ତି । କିନ୍ତୁ ଭିଡିଓ କନଫରେସିଂ ଜରିଆରେ ସେମାନେ ଉପସ୍ଥିତ ରହିବେ ବୋଲି କହିଛନ୍ତି । ଅନ୍ୟପଟେ ତ୍ରୁଣମୂଳ କଂଗ୍ରେସ ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳର ଏକ ଜରୁରୀ ବୈଠକ ଡାକିଛନ୍ତି । ଗୋଟିଏ ଦିନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଦଳର ବିଧାୟକ ସହ ସମସ୍ତ ପଦରୁ ଇସ୍ତଫା ଦେଇଥିବା ବେଳେ ମମତାଙ୍କ ଜରୁରୀ ବୈଠକ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ହେଲେ ବିଶେଷ ସୂତ୍ରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ ଏହା ଦଳର କୌଣସି ଜରୁରୀ ବୈଠକ ନୁହେଁ ବରଂ ନିୟମିତ ବୈଠକ ।

Share