ନୂଆଦିଲ୍ଲୀ,୧୭ ।୧: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି କି କୌଣସି ବ୍ୟକ୍ତିଙ୍କ ଇଚ୍ଛା ବିରୋଧରେ ତାଙ୍କୁ କରୋନା ଟିକା ଦିଆଯାଇ ପାରିବ ନାହିଁ । ଭିନ୍ନକ୍ଷମମାନଙ୍କ ଟିକାକରଣ ପ୍ରମାଣପତ୍ରକୁ ନେଇ କେନ୍ଦ୍ର ଏହା କହିଛି । ଆହୁରି ମଧ୍ୟ କେନ୍ଦ୍ର ସରକାର କହିଛନ୍ତି ଟିକା ପ୍ରମାଣପତ୍ର ବହନକରିବା ବାଧ୍ୟତାମୂଳକ ବୋଲି କୌଣସି ଏସ୍ଓପି ଜାରି କରାଯାଇ ନାହିଁ । ଏନଜିଓ ଇଭାରା ଫାଉଣ୍ଡେଶନ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଜବାବରେ କେନ୍ଦ୍ର ଏହା କହିଛି । ଆବେଦନରେ ଭିନ୍ନକ୍ଷମଙ୍କୁ ଘରଘର ବୁଲି ଟିକାକରଣ କରାଯିବାକୁ ଅନୁରୋଧ କରାଯାଇଥିଲା । ତେବେ କେନ୍ଦ୍ର ସରକାର ଓ ସ୍ୱାସ୍ଥ୍ୟ ମନ୍ତଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ, ବ୍ୟକ୍ତିଙ୍କ ସହମତି ବିନା ଟିକାକରଣ କରାଯାଇ ପାରିବ ନାହିଁ ବୋଲି କୁହାଯାଇଛି । ଯଦିଓ ଏହା ଜନସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ ।