ନୂଆଦିଲ୍ଲୀ,୨୨।୧୨: କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗୁରୁବାର ବିଦେଶ ଫେରନ୍ତାଙ୍କ ପାଇଁ ଗାଇଡ୍ଲାଇନ୍ ଜାରି କରିଛି। ଡିସେମ୍ବର ୨୪ରୁ ଏହି ଗାଇଡ୍ଲାଇନ୍ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଗାଇଡ୍ଲାଇନ୍ ଅନୁଯାୟୀ,ବିଦେଶରୁ ଆସୁଥିବା ଯାତ୍ରୀ କୋଭିଡ ଟିକା ନେଇଥିବା ଜରୁରୀ। ଏପରିକି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି। ତେବେ ଯାତ୍ରାଙ୍କଠାରେ କୋଭିଡ ଲକ୍ଷଣ ଦେଖାଗଲେ ପ୍ରୋଟୋକଲ ଅନୁଯାୟୀ ଆଇସୋଲେଶନରେ ରଖାଯିବ। ପରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ସମସ୍ତ ଯାତ୍ରୀଙ୍କ ଉପରେ ଥର୍ମାଲ ସ୍କ୍ରିନିଂ କରାଯିବାକୁ କୁହାଯାଇଛି।