ନୂଆଦିଲ୍ଲୀ,୧୪ ।୧୨: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ସୋମବାର ରାଜ୍ୟର ପ୍ରମୁଖ ସଚିବ ଓ ଡିଜିିପିଙ୍କୁ ଜବାବ ମାଗିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ । ସୋମବାର ଦିନ ୧୨ଟା ୧୫ରେ ମନ୍ତ୍ରଣାଳୟ ପହଞ୍ଚିବାକୁ ସେମାନଙ୍କୁ କୁହାଯାଇଛି । ହେଲେ ଏହି ଦୁଇ ଅଧିକାରୀ ମନ୍ତ୍ରଣାଳୟରେ ପହଞ୍ଚି ନ ଥିବା ଜଣାପଡିଛି । ଏହାପୂର୍ବରୁ ମୁଖ୍ୟସଚିବ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ସଚିବ ଅଜୟ ଭଲ୍ଲାଙ୍କୁ ପହଞ୍ଚି ନ ପାରିବା କଥା ଲେଖିଥିଲେ । ଏହାକୁ ଦେଖି ଏବେ ଅନୁମାନ କରାଯାଉଛି କି ଏହାଦ୍ୱାରା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପ୍ରଶାସନିକ ଓ ଆଇନ ଯୁଦ୍ଧ ଆରମ୍ଭ ହୋଇପାରେ ।