Posted inଜାତୀୟ

ଅନଲାଇନ୍ କଣ୍ଟେଣ୍ଟ ପାଇଁ କେନ୍ଦ୍ର ସରକାରଙ୍କ ଅଫିସିଆଲ୍ ଫ୍ୟାକ୍ଟ ଚେକର୍ ହେଲା PIB

ନୂଆଦିଲ୍ଲୀ,୨୦।୩: ଆଇଟି ନିୟମ ୨୦୨୧ ଅଧୀନରେ ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟକୁ ନେଇ ସରକାର ବଡ଼ ଘୋଷଣା କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଏମଆଇବି) ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫସିୟୁ) କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକ୍ ୟୁନିଟ୍ ବା ତଥ୍ୟ ଯାଞ୍ଚ ସଂସ୍ଥା ଭାବେ କାର୍ଯ୍ୟ କରିବ ବୋଲି ବୁଧବାର ଭାରତ ସରକାର ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ବୁଧବାର ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିରେ ସୂଚନା ପ୍ରଯୁକ୍ତି ବିଦ୍ୟା (ମଧ୍ୟସ୍ଥି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ନୈତିକତା କୋଡ୍) ନିୟମ, ୨୦୨୧ର ନିୟମ ୩ର ଉପ-ଧାରା (ଭି)ର ଉପଧାରା (୧)ର ବ୍ୟବସ୍ଥା ଅଧୀନରେ ପିଆଇବି ଏଫସିୟୁକୁ ନେଇ ସୂଚନା ଦିଆଯାଇଛି । ବିଶେଷ କରି ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ଆହ୍ୱାନର ମୁକାବିଲା ପାଇଁ ଏମଆଇବି ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏହି ବିଷୟରେ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି ।

ପିଆଇବି ଅଧୀନରେ ଫ୍ୟାକ୍ଟ ଚେକ୍ ୟୁନିଟ୍ ନଭେମ୍ବର ୨୦୧୯ରେ ପ୍ରତିଷ୍ଠା କରାଯାଇଥିଲା ଯାହାର ଉଦ୍ଦେଶ୍ୟ ଥିଲା ମିଥ୍ୟା ଖବର ଏବଂ ଭୁଲ ସୂଚନା ସୃଷ୍ଟିକାରୀ ଏବଂ ପ୍ରସାରକଙ୍କ ବିରୋଧରେ ଏକ ପ୍ରତିରୋଧକ ବ୍ୟବସ୍ଥା ଭାବରେ କାର୍ଯ୍ୟ କରିବା। ଏହା ଲୋକମାନଙ୍କୁ ଭାରତ ସରକାରଙ୍କ ସମ୍ବନ୍ଧରେ ସନ୍ଦେହଜନକ ଏବଂ ଆପତ୍ତିଜନକ ସୂଚନା ରିପୋର୍ଟ କରିବାପାଇଁ ଏକ ସହଜ ବ୍ୟବସ୍ଥା ମଧ୍ୟ ପ୍ରଦାନ କରିଥାଏ।

ଏଫସିୟୁକୁ ସରକାରୀ ନୀତି, ପଦକ୍ଷେପ ଏବଂ ଯୋଜନା ବିଷୟରେ ମିଥ୍ୟା ସୂଚନାକୁ ନିଜ ଆଡ଼ୁ କିମ୍ବା ଅଭିଯୋଗ ମାଧ୍ୟମରେ ରେଫରେନ୍ସ ଅଧୀନରେ ପ୍ରତିହତ କାର୍ଯ୍ୟ କରିଥାଏ । ଏଫସିୟୁ ସକ୍ରିୟ ଭାବରେ ଭୁଲ ସୂଚନା ଅଭିଯାନ ଉପରେ ନଜର ରଖିଥାଏ, ଏଭଳି ସୂଚନାକୁ ଚିହ୍ନଟ କରେ ଏବଂ ପ୍ରତିରୋଧ କରେ, ସୁନିଶ୍ଚିତ କରେ ଯେ ସରକାରଙ୍କ ବିଷୟରେ ମିଥ୍ୟା ସୂଚନା ତୁରନ୍ତ ଉନ୍ମୋଚନ ଏବଂ ସଂଶୋଧନ କରାଯାଏ ।

ନାଗରିକମାନେ ହ୍ଵାଟ୍ସଆପ୍ (+918799711259), ଇମେଲ୍ (pibfactcheck[at]gmail[dot]com), ଟ୍ୱିଟର (@PIBFactCheck) ଏବଂ ପିଆଇବିର ୱେବସାଇଟ୍ (https://factcheck.pib.gov.in/) ସମେତ ବିଭିନ୍ନ ମାଧ୍ୟମରେ ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ସହ ଯୋଗାଯୋଗ କରିପାରିବେ। ଫ୍ୟାକ୍ଟ ଚେକ୍ ୟୁନିଟର ହ୍ୱାଟସଆପ ହଟଲାଇନ ନମ୍ବର ଏଭଳି ଲୋକଙ୍କ ପାଇଁ ଏକ ସହଜ ଉପକରଣ ଯେଉଁଠାରେ କେବଳ ସନ୍ଦେହଜନକ ମେସେଜ ଫରୱାର୍ଡ କରିବାକୁ ପଡିଥାଏ ।

ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ମଧ୍ୟ ଭିନ୍ନକ୍ଷମବ୍ୟକ୍ତିଙ୍କ ପାଖରେ ଫ୍ୟାକ୍ଟ ଚେକ୍ ର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେଇଛି। ଯେହେତୁ ଫଟୋ ଗୁଡ଼ିକ ସାମାଜିକ ଗଣମାଧ୍ୟମର ଏକ ପ୍ରମୁଖ ଅଂଶ ଅଟେ, ତେଣୁ ବିଷୟବସ୍ତୁର ସାର୍ବଜନୀନ ପ୍ରସାର ସୁନିଶ୍ଚିତ କରିବା ପାଇଁ ‘ଅଲ୍ଟରନେଟିଭ୍‌ ଟେକ୍ସଟ୍’ (ALT) ପ୍ରଦାନ କରିବା ଦିନକୁ ଦିନ ଜରୁରୀ ହେବାରେ ଲାଗିଛି। ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ଏହାର ଟ୍ୱିଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପ୍ରସାରିତ ସମସ୍ତ ପୋଷ୍ଟ ସହିତ ଅଲ୍ଟରନେଟିଭ୍‌ ଟେକ୍ସଟ ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri