ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ୩୫ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛି। ଏଥିସହ ୨ ଓ୍ବେବ୍ସାଇଟ୍, ୨ ଟୁଇଟର ଆକାଉଣ୍ଟ, ଦୁଇ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଏବଂ ୧ ଫେସବୁକ୍ ଆକାଉଣ୍ଟ ଉପରେ ନିଷେଧାଦେଶ ଜାରି କରିଛି। ଏଗୁଡ଼ିକ ପାକିସ୍ତାନରୁ ପରିଚାଳିତ ହେଉଥିବା ବେଳେ ଭାରତ ବିରୋଧୀ ଖବର ପ୍ରଚାର କରାଯାଉଥିଲା। ଜାତୀୟ ସୁରକ୍ଷା ପ୍ରତି ଏସବୁ ଚ୍ୟାନେଲ୍ ଏବଂ ଆକାଉଣ୍ଟ ବିପଦ ସୃଷ୍ଟି କରୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅପୂର୍ବ ଚନ୍ଦ୍ର କହିଛନ୍ତି। ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକ ନିୟମିତ ଭାବେ ଭାରତ ବିରୋଧରେ ଖବର ପ୍ରଚାର କରୁଥିଲେ। ଏଗୁଡ଼ିକୁ ପ୍ରାୟ ୧.୨୦ କୋଟି ଲୋକ ସବ୍ସ୍କ୍ରାଇବ୍ କରିଥିଲେ। ବର୍ତ୍ତମାନ ଗୁଇନ୍ଦା ବିଭାଗ ଏପରି ଖବର ପ୍ରସାର କରୁଥିବା ମାଧ୍ୟମଗୁଡ଼ିକ ଉପର ନଜର ରଖିଛନ୍ତି ବୋଲି ସେ ମଧ୍ୟ କହିଛନ୍ତି।
📡LIVE NOW📡
Press Conference by Secretary, Ministry of I&B Apurva Chandra.@PIB_India https://t.co/cVRgvsu4qX
— Ministry of Information and Broadcasting (@MIB_India) January 21, 2022