Categories: ଜାତୀୟ

ଚାଷୀ ଆଇନ ସ୍ଥଗିତ ରଖିବାକୁ ପ୍ରସ୍ତୁତ: ସରକାର

ନୂଆଦିଲ୍ଲୀ, ୨୦।୧- ବିବାଦୀୟ ୩ ଚାଷୀ ଆଇନକୁ ଦେଢ଼ ବର୍ଷ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତୁତ। ଏ ନେଇ ଏକ ଆଫିଡେଭିଟ୍‌ ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ଜଣାଇବୁ ବୋଲି ବୁଧବାର ସନ୍ଧ୍ୟାରେ କୃଷକଙ୍କ ସହ ୧୦ମ ରାଉଣ୍ଡ ଆଲୋଚନାବେଳେ ଏହା କହିଛନ୍ତି ସରକାର। ଏହି ପ୍ରସ୍ତାବ ଉପରେ ବିଚାର କରିବେ ବୋଲି ଆନ୍ଦୋଳନରତ କୃଷକ ସଂଗଠନ ପକ୍ଷରୁ କୁହଯାଇଛି।

ଦଶମ ରାଉଣ୍ଡ ବୈଠକରେ ସରକାରଙ୍କ ତରଫରୁ ଦିଆଯାଇଥିଲା ନୂଆ ପ୍ରସ୍ତାବ। ଆନ୍ଦୋଳନରତ କୃଷକଙ୍କ ସମସ୍ତ ଦାବି ଶୁଣିବା ଲାଗି ଏକ ସ୍ବତନ୍ତ୍ର କମିଟି ଗଠନ କରିବାକୁ ପ୍ରସ୍ତୁତ। ଏହି କମିଟିରେ କୃଷକଙ୍କ ନେତାଙ୍କୁ ମଧ୍ୟ ସାମିଲ କରାଯିବ। ସ୍ବତନ୍ତ୍ର କମିଟି ତା’ର ରିଭ୍ୟୁ ଶେଷ ନ କରିବା ପର୍ଯ୍ୟନ୍ତ ୩ ନୂଆ ଚାଷୀ ଆଇନକୁ ଦେଢ଼ ବର୍ଷ ଲାଗି ସ୍ଥଗିତ ରଖିବାକୁ ସରକାର ପ୍ରସ୍ତାବ ଦେଇଥିବା ସର୍ବଭାରତୀୟ କିଷାନ ସଭାର ମୁଖ୍ୟ ବାଲକିଶନ ସିଂ ବ୍ରାର କହିଛନ୍ତି। ହେଲେ ଏହି ପ୍ରସ୍ତାବକୁ ଆମେ ଏପର୍ଯ୍ୟନ୍ତ ଗ୍ରହଣ କରି ନାହୁଁ। ଆମେ ବିଚାର କରିବୁ। ପରେ ସରକାରଙ୍କୁ ଜଣାଇବୁ ବୋଲି କୃଷକଙ୍କ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ବୈଠକ ୨୨ ତାରିଖ ତଥା ଶୁକ୍ରବାର ଅନୁଷ୍ଠିତ ହେବ।

Share