Posted inଜାତୀୟ

ହିଂସ୍ର କୁକୁର ପାଳିବା ମନା, ନିଷେଧାଦେଶ ଲଗାଇବାକୁ ଯାଉଛନ୍ତି ସରକାର

ନୂଆଦିଲ୍ଲୀ, ୧୪।୩: ଗତ କିଛିଦିନ ଧରି ଭାରତରେ ମଣିଷଙ୍କ ଉପରକୁ କୁକୁରମାନଙ୍କର ଆକ୍ରମଣ ବଢ଼ିବାରେ ଲାଗିଛି। କୁକୁର କାମୁଡ଼ାରେ ଦେଶରେ ବହୁ ବ୍ୟକ୍ତି ଗମ୍ଭୀର ଭାବେ ଆହତ ହେଉଥିବା ବେଳେ କେତେକଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଏହିସବୁ ଘଟଣାକୁ ଗୁରୁତର ଭାବେ ନେଇ କେନ୍ଦ୍ର ସରକାର କିଛି ହିଂସ୍ର ପ୍ରଜାତିର କୁକୁରଙ୍କ ଉପରେ ନିଷେଧ ଲଗାଇବାକୁ ଯାଉଛନ୍ତି। ପିଟ୍‌ବୁଲ୍‌, ଟେରିୟର୍‌, ଉଲ୍ଫ ଡଗ୍‌, ରୋଟ୍‌ଓ୍ବିଲର, ମାଷ୍ଟିଫ୍‌ ଆଦି ହିଂସ୍ର ପ୍ରଜାତିର କୁକୁର, ମଣିଷ ଉପରେ ଆକ୍ରମଣ କରୁଥିବାର ଅନେକ ନଜିର ରହିଥିବାରୁ ଏହି ସବୁ ପ୍ରଜାତିର କୁକୁରଙ୍କ ଉପରେ ନିଷେଧାଦେଶ ଲଗାଇବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି।

Herald: Government Imposes Ban on Import, Breeding, and Sale of Dangerous  Dog Breeds Including Pitbull and Bulldog

ଏହି ହିଂସ୍ର ପ୍ରଜାତିର କୁକୁରମାନଙ୍କର ବିକ୍ରି ଓ ପ୍ରଜନନ ଉପରେ ରୋକ ଲଗାଇବାକୁ ଯୋଜନା ରହିଛି। ଏନେଇ କେନ୍ଦ୍ର ପଶୁପାଳନ ମନ୍ତ୍ରଣାଳୟର ସଚିବ ଓ.ପି ଚୌଧୁରୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି।

Centre bans sale, breeding of 'dangerous' dog breeds: Pitbull, Rottweiler  among others banned | Check full list | India News - News9live

ଏହି ସବୁ ପ୍ରଜାତିର କୁକୁରମାନଙ୍କୁ ଲାଇସେନ୍ସ ପ୍ରଦାନ ନ କରିବାକୁ ରାଜ୍ୟଗୁଡ଼ିକୁ ପ୍ରସ୍ତାବ ଦିଆଯାଇଛି। ବିଭିନ୍ନ ପଶୁକଲ୍ୟାଣକାରୀ ସଂସ୍ଥା ଓ ପରାମର୍ଶଦାତାମାନଙ୍କର ରିପୋର୍ଟ ଆଧାରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଅଛି ୧୩୦ଟି ପରମାଣୁ ବୋମା, ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ,୨୭ା୪: ପହଲଗାମ ଆକ୍ରମଣ ପରେ ବଢୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ମନ୍ତ୍ରୀ ହାନିଫ ଅବ୍ବାସୀ ଭାରତକୁ ପରମାଣୁ ପ୍ରତିଶୋଧର ଖୋଲା ଧମକ ଦେଇଛନ୍ତି, ଚେତାବନୀ ଦେଇଛନ୍ତି...

ଢ଼ାବାରେ ପୋଲିସ ଚଢ଼ାଉ: ଜଣେ ଗିରଫ

ଧର୍ମଗଡ,୨୬।୪(ଘାସିରାମ ଜଗତ): ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଧର୍ମଗଡ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର...

ଏଇ ଭାରତରେ

କାଗଜ ପାଇଁ ବହୁସଂଖ୍ୟାରେ ଗଛ ଓ ବାଉଁଶ କଟାଯାଉଛି, ଯାହା ପରିବେଶ ପାଇଁ କ୍ଷତିକାରକ। ତେବେ ଏହାର ସମାଧାନ ବାଟ ପାଇଛନ୍ତି ରୂପଙ୍କର ଭଟ୍ଟାଚାର୍ଯ୍ୟ ଏବଂ...

ନିକୃଷ୍ଟ ବିଚାର

ଆମେରିକା କହୁଛି ବାଣିଜ୍ୟରେ ବିଶ୍ୱ ତାହାକୁ ଲୁଟିଛି ଏବଂ କ୍ଷତିପୂରଣ ଚାହେଁ। ଦେଖିବାକୁ ଗଲେ ଏହି ଲୁଣ୍ଠନ ନିଜେ ଆମେରିକା ଦ୍ୱାରା ହୋଇଛି କାରଣ ଏକ...

ଭୁବନେଶ୍ୱର ବିମାନବନ୍ଦରରେ ୧୨ ଘଣ୍ଟାରୁ ଅଧିକ ସମୟ ଅଟକି ରହିବା ପରେ କ୍ରୁଦ୍ଧ ଯାତ୍ରୀଙ୍କ ହଙ୍ଗାମା

ଭୁବନେଶ୍ୱର,୨୭ା୪: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନେ ଅଟକି ରହିବା କାରଣରୁ ଉତ୍ତେଜନା ସୃଷ୍ଟି ହୋଇଛି। ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ...

ଭାରତ ସହିତ ବାଣିଜ୍ୟ ବନ୍ଦ କରି ଫସିଲରେ ପାକିସ୍ତାନ: ଔଷଧ ଯୋଗାଣ ପାଇଁ ନେଲା ‘ଜରୁରୀକାଳୀନ’ ପଦକ୍ଷେପ

ଇସଲାମାବାଦ,୨୭ା୪: ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହ ବାଣିଜ୍ୟିକ ସମ୍ପର୍କ ବନ୍ଦ କରିବା ପରେ ପାକିସ୍ତାନ ଔଷଧ ଯୋଗାଣ ସୁନିଶ୍ଚିତ କରିବା ପାଇଁ “ଜରୁରୀକାଳୀନ...

‘ପାକିସ୍ତାନ ଆଣ୍ଠୁମାଡ଼ି ପଡ଼ିବ’: ପାହାଲଗାମ ଆକ୍ରମଣ ଉପରେ କେନ୍ଦ୍ରୀୟ ମନ୍ତ୍ରୀ ହରଦୀପ ପୁରୀଙ୍କ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ, ୨୭ା୪: ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ରୀୟ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ...

କଲବଲ କରିବ ଖରାଗୁଳୁଗୁଳି, କାଳବୈଶାଖୀ: ମେ’ ୧ ପର୍ଯ୍ୟନ୍ତ ଏସବୁ ଜିଲାରେ

ଭୁବନେଶ୍ୱର,୨୭ା୪(ଅନୁରାଧା ମହାରଣା):  ରାଜ୍ୟରେ ଖରାଗୁଳଗୁଳି ସହ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି। ରବିବାର ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ଲହରି ନେଇ ୟେଲୋ ଓ୍ବାର୍ନିଂ ରହିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image