Categories: ଜାତୀୟ

ପୁଣି ଥରେ ଜାତୀୟ ସୁରକ୍ଷା ଆଳ ଦେଖାଇଲେ ସରକାର

ନୂଆଦିଲ୍ଲୀ, ୧୪ା୯: ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ପେଗାସସ୍‌ ସମ୍ପର୍କୀତ ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରି ହେବନାହିଁ। ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଦେଶର ସୁରକ୍ଷାକୁ ବିପଦରେ ପକାଉଥିବା ବ୍ୟକ୍ତିଙ୍କ ପାଇଁ ସରକାର କେଉଁ ସଫ୍ଟଓ୍ବେର ବ୍ୟବହାର କରୁଛନ୍ତି, ତାହା ସାର୍ବଜନୀନ ହେଲେ ସମସ୍ୟା ସୃଷ୍ଟି ହୋଇପାରେ। ସରକାର କିଛି ଲୁଚାଇନାହାନ୍ତି। ସୁପ୍ରିମକୋର୍ଟରେ ଏଭଳି କହି ସଲିସିଟର ଜେନେରାଲ ତୁଷାର ମେହେଟା ପେଗାସସ୍‌ ଗୁପ୍ତଚରଗିରି ମାମଲାରେ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ମନା କରି ଦେଇଛନ୍ତି।

ଗତ ଥର ପେଗାସସ୍‌ ମାମଲାର ଶୁଣାଣିରେ ଜାତୀୟ ସୁରକ୍ଷା ପ୍ରସଙ୍ଗ ଉଠାଇବାରୁ ସମ୍ପୂର୍ଣ୍ଣ ସତ୍ୟପାଠ ଦାଖଲ କରିବାକୁ ସରକାରଙ୍କୁ ସୁପ୍ରିମକୋର୍ଟ ସମୟ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ପେଗାସସ୍‌ ମାମଲାର ସ୍ବାଧୀନ ଭାବେ ତଦନ୍ତ ପାଇଁ ସର୍ବୋଚ୍ଚ ଅଦାଲତରେ ଏକାଧିକ ଆବେଦନ କରାଯାଇଥିଲା। ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନେତୃତ୍ୱରେ ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି।

Share