Categories: ଜାତୀୟ

‘କେନ୍ଦ୍ରର ଅଧ୍ୟାଦେଶ ଜନତାଙ୍କ ମୁହଁରେ ଚାପୁଡା’, ଆତିଶି କହିଲେ ଦିଲ୍ଲୀରେ ଚାଲିଛି ଭାଜପାର ଏକଛତ୍ରବାଦୀ ଶାସନ

ନୂଆଦିଲ୍ଲୀ,୧୧।୬: ରାଜଧାନୀ ଦିଲ୍ଲୀରେ ଆମ ଆଦମି ପାର୍ଟି(ଏଏପି) ରବିବାର ମହାରାଲି କରିବାକୁ ଯାଉଛି। ଏହା ପୂର୍ବରୁ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶି କେନ୍ଦ୍ର ସରକାର ଓ ଭାଜପା ଉପରେ ଖୁବ ବର୍ଷିଛନ୍ତି। ସେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ଦିଲ୍ଲୀ ଜନତାଙ୍କ ମୁହଁ ଉପରେ ଚାପୁଡା ବୋଲି କହିଛନ୍ତି। ସେ କହିଛନ୍ତି ଆଜିର ମହାରାଲି ଦିଲ୍ଲୀବାସୀଙ୍କ ମହାରାଲି।

କେନ୍ଦ୍ର ସରକାର ଦିଲ୍ଲୀରେ ଏକ ଅଧ୍ୟାଦେଶ ଜାରି କରି ଦିଲ୍ଲୀବାସୀଙ୍କୁ ଚାପୁଡ଼ା ମାରିଛନ୍ତି। ଦିଲ୍ଲୀରେ କେନ୍ଦ୍ରର ଏକଛତ୍ରବାଦୀ ଶାସନ ଜାରି ରହିଛି। ଯେଉଁଠାରେ ନିର୍ବାଚନରେ ଭାଜପା ଜିତି ନ ଥାଏ ସେହି ରାଜ୍ୟର ବିଧାୟକମାନଙ୍କୁ କିଣଇ ନେଇଥାଏ। ଆମେ ଏହି ରାଲିରେ ଦିଲ୍ଲୀରୁ ସମସ୍ତଙ୍କୁ ନିମନ୍ତ୍ରଣ କରିଛୁ। ଆଜି ଦିଲ୍ଲୀର ଲୋକମାନେ କଣ ଚାହୁଁଛନ୍ତି କେନ୍ଦ୍ରକୁ ତାହା କହିବେ ବୋଲି ଆତିଶି କହିଛନ୍ତି।

Share