Categories: ବାଣିଜ୍ୟ

ପିଆଜ ଦରର ଲଗାମ କଷିବାକୁ ସରକାର ନେଲେ ବଡ ପଦକ୍ଷେପ…

ନୂଆଦିଲ୍ଲୀ,୧୧।୮: ଟମାଟୋ ପରେ ଏବେ ପିଆଜ ଦର ହୁ ହୁ ହୋଇ ବଢିବାରେ ଲାଗିଛି। ତେବେ ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ଉପଭୋକ୍ତା ବ୍ୟାପାର ବିଭାଗ ୩ ଲକ୍ଷ ମେଟ୍ରିକ ଟନ୍‌ ପିଆଜକୁ ବଫର ଷ୍ଟକ ଜାରି କରିବାକୁ ନିଷ୍ପତ୍ତି ନେଇଛି।

ସରକାରଙ୍କ ଅନୁଯାୟୀ, ବିଭାଗର ସଚିବ ରୋହିତ କୁମାର ସିଂ ଅଗଷ୍ଟ ୧୦ରେ ନାଫେଡ ଏବଂ ଏନସିସିଏଫର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଏକ ବୈଠକ କରିଥିଲେ। ବୈଠକ ମାଧ୍ୟମରେ ନିଷ୍ପତ୍ତି ନେଇଥିଲେ କି ଏହି ଦୁଇଟି କମ୍ପାନୀ ଦ୍ୱାରା ପିଆଜ ବଜାରକୁ ଆସିବ।

Share