Categories: ଜାତୀୟ

ଶ୍ରୀଲଙ୍କା ସଙ୍କଟ: ସନ୍ଧ୍ୟାରେ ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୯।୭: ଶ୍ରୀଲଙ୍କାରେ ଦେଖାଯାଇଥିବା ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଉପରେ ଆଲୋଚନା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଯୋଗଦେଇ ସବୁଦଳର ନେତାମାନଙ୍କୁ ଶ୍ରୀଲଙ୍କା ସ୍ଥିତି ଓ ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ଆଭିମୁଖ୍ୟ ସମ୍ପର୍କରେ ବିଶେଷ ସୂଚନା ଦେବେ ବୋଲି ଜଣାପଡ଼ିଛି।
ପଡ଼ୋଶୀ ଦେଶର ଏହି ସଙ୍କଟ ସମୟରେ ଭାରତ ହସ୍ତକ୍ଷେପ କରିବା ଉଚିତ୍‌ ହେବ ବୋଲି
ମୌସୁମୀ ଅଧିବେଶନ ପୂର୍ବରୁ ଆୟୋଜିତ ସର୍ବଦଳୀୟ ବୈଠକରେ ତାମିଲନାଡୁର ଡିଏମ୍‌ଏକ ଏବଂ ଏଆଇଏଡିଏମ୍‌ଏକ ପକ୍ଷରୁ ଦାବି କରାଯାଇଥିଲା।

Share