Categories: ଜାତୀୟ

ବିଭ୍ରାନ୍ତିକର ବିଜ୍ଞାପନ ବିରୋଧରେ ବିଜ୍ଞାପନଦାତା, ପ୍ରସାରଣକାରୀଙ୍କୁ ଚେତାବନୀ ଦେଲା କେନ୍ଦ୍ର

ନୂଆଦିଲ୍ଲୀ,୧ ।୯: ଟେଲିଭିଜନ ଓ ସୋସିଆଲ ମିଡିଆର ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ କଠୋର ହୋଇଛନ୍ତି ସରକାର । ଉପଭୋକ୍ତା ମାମଲା, ଖାଦ୍ୟ ଓ ସାର୍ବଜନିକ ବିତରଣ ମନ୍ତ୍ରଣାଳୟ ବୁଧବାର ବିଜ୍ଞାପନ ଏଜେନ୍ସିକୁ ସରୋଗେଟ ବିଜ୍ଞାପନ ଉପରେ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ବିଜ୍ଞାପନ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛି ।
ଉପଭୋକ୍ତା ମାମଲା ମନ୍ତ୍ରଣାଳୟ ଆଡଭର୍ଟାଇଜିଂ ଆସୋସିଏଶନ ଅଫ ଇଣ୍ଡିଆ, ଇଣ୍ଡିଆନ ବ୍ରଡକାଷ୍ଟିଂ ପାଉଣ୍ଡୋନ, କଣ୍ଟେଣ୍ଟ କମ୍ପଲେସ କାଉନସିଲ, ନ୍ୟୁଜ ବ୍ରହକାଷ୍ଟର ଆଣ୍ଡ ଡିଜିଟାଲ ଆସୋସିଏଶନ, ଆଡଭର୍ଟାଇଜିଂ ଷ୍ଟାଣ୍ଡାର୍ଡ କାଉନସିଲ ଅଫ ଇଣ୍ଡିଆ, ପିଏଚଡି ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ, ଫେଡେରେଶନ ଅଫ ଇଣ୍ଡିଆନ ଚ୍ୟାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି, କନଫେଡେରେଶନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ), ଭାରତୀୟ ବାଣିଜ୍ୟ ଏବଂ ଉଦ୍ଦ୍ୟୋଗ ମଣ୍ଡଳ(ଏସୋଚ୍ୟାମ), ଇଣ୍ଟର ନ୍ୟାଶନାଲ ସ୍ପିରିଟ୍ସ ଆଣ୍ଡ ୱାଇନ ଆସୋସିଏଶନ ଅଫ ଇଣ୍ଡିଆ ଓ ଇଣ୍ଡିଆନ ସୋସାଇଟି ଅଫ ଆଡଭର୍ଟାଇଜର୍ସକୁ ବିଭ୍ରାନ୍ତିକର ବିଜ୍ଞାପନ ରୋକିବା ଓ ଭ୍ରାମକ ବିଜ୍ଞାପନର ସମର୍ଥନ ନକରିବା ପାଇଁ ବିଶେଷ ଭାବେ ସରୋଗଟେ ବିଜ୍ଞାପନ ସମ୍ପନ୍ଧିତ ନିୟମାବଳୀକୁ କଡାକଡି ପାଳନ କରିବା ନିଶ୍ଚିତ କରିବାକୁ କୁହାଯାଇଛି ।

Share