Categories: ରାଜ୍ୟ

ଓଡ଼ିଶାରୁ ଚଳିତ ଖରିଫ୍‌‌ ଋତୁରେ ଅଧିକ ୧୦ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ଚାଉଳ କିଣିବେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୯ା୧: ଚଳିତ ଖରିଫ୍‌‌ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ଉଷୁନା ଚାଉଳ ଏଫ.ସି.ଆଇ ଜରିଆରେ କେନ୍ଦ୍ର ସରକାର କିଣିବେ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି। କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକ୍ରମେ ମନ୍ତ୍ରୀ ଗୋଏଲ ଏହି ପଦକ୍ଷେପ ନେଇଛନ୍ତି।

ଅଧିକ ଚାଉଳ ସଂଗ୍ରହ କଲେ ରାଜ୍ୟର ଚାଷୀମାନେ ଉପକୃତ ହେବେ ବୋଲି ଚଳିତମାସ ୧୬ ତାରିଖରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ, କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀଙ୍କୁ ପତ୍ର ଲେଖି ଏ ସମ୍ପର୍କରେ ଅବଗତ କରାଇଥିଲେ। ଚଳିତ ଖରିଫ୍‌‌ ଋତୁରେ ଓଡ଼ିଶାରେ ଭଲ ଅମଳ ହୋଇଥିବାରୁ ରାଜ୍ୟରୁ ମୋଟ୍‌‌ ପ୍ରାୟ ୭୯ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ଖରିଫ୍‌‌ଚାଉଳ ସଂଗ୍ରହ କରାଯିବା ନେଇ ଆକଳନ କରାଯାଇଛି।

Share