Categories: ଜାତୀୟ

ସରକାରଙ୍କ ନିଷ୍ପତ୍ତି ‘ଅବୈଜ୍ଞାନିକ’

ନୂଆଦିଲ୍ଲୀ,୨୬।୧୨: କିଶୋରଙ୍କୁ ଟିକା ଦେବା ନେଇ ସରକାରଙ୍କ ଘୋଷଣା ଏକ ‘ଅବୈଜ୍ଞାନିକ’ ନିଷ୍ପତ୍ତି। ଏହା କହିଛନ୍ତି ଏମ୍ସର ଜଣେ ସିନିୟର ଏପିଡୋମିଲୋଜିଷ୍ଟ ଡ. ସଞ୍ଜୟ କେ ରାଇ। ସରକାରଙ୍କ ଘୋଷଣା ପୂର୍ବରୁ ଏମ୍ସରେ ଛୁଆ ଏବଂ କିଶୋରଙ୍କ ଉପରେ କୋଭାକ୍ସିନ ଟିକାର ଟ୍ରାଏଲ କରାଯାଇଥିଲା। ଏହି ଟ୍ରାଏଲର ମୁଖ୍ୟ ତଦନ୍ତକାରୀ ଦାୟିତ୍ୱରେ ଥିଲେ ଡ. ସଞ୍ଜୟ କେ ରାଇ।

“ନିଷ୍ପତ୍ତି ନିଆଯିବା ପୂର୍ବରୁ ଯେଉଁ ସବୁଦେଶରେ ଛୁଆଙ୍କ ଟିକାକରଣ ପ୍ରକ୍ରିୟା ଚାଲିଛି, ତାହାର ରିପୋର୍ଟକୁ ବିଶ୍ଳେଷଣ କରାଯିବାର ଆବଶ୍ୟକତା ଥିଲା” ବୋଲି କହିଛନ୍ତି ଭାରତୀୟ ଜନସ୍ବାସ୍ଥ୍ୟ ମହାସଂଘ ସଭାପତି ପଦରେ ଥିବା ଡ. ସଞ୍ଜୟ।

“ଦେଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ନିସ୍ବାର୍ଥପର ସେବା ଲାଗି ମୁଁ ତାଙ୍କର ଜଣେ ବଡ଼ ଫ୍ୟାନ। ସେ ସର୍ବଦା ଉଚିତ ସମୟରେ ଠିକ୍‌ ନିଷ୍ପତ୍ତି ନିଅନ୍ତି। କିନ୍ତୁ ଛୁଆଙ୍କ ଟିକାକରଣ ଅବୈଜ୍ଞାନିକ ନିଷ୍ପତ୍ତି ଲାଗି ମୁଁ ସମ୍ପୂର୍ଣ୍ଣ ଦୁଃଖିତ” ବୋଲି ଡ. ରାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୟାଗ କରି ଟୁଇଟ୍‌ କରିଛନ୍ତି।

Share