ନୂଆଦିଲ୍ଲୀ, ୩୧।୭: ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ଥିବା ଜିଲାଗୁଡ଼ିକରେ କୋଭିଡ୍ କଟକଣା କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଜିଲାଗୁଡ଼ିକରେ ଜନ ସମାଗମ କମାଇବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ଓଡ଼ିଶା ସମେତ ୧୦ ରାଜ୍ୟର ୪୬ଟି ଜିଲାରେ ସଂକ୍ରମଣ ୧୦ ପ୍ରତିଶତରୁ ଅଧିକ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ହେଲେ କେରଳ, ମହାରାଷ୍ଟ୍ର, କର୍ନାଟକ, ତାମିଲନାଡୁ, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଓ ମଣିପୁର। ଅନ୍ୟ ୫୩ ଜିଲାରେ ପଜିଟିଭିଟି ହାର ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି। ସେହି ଜିଲାଗୁଡ଼ିକରେ କୋଭିଡ୍ ପରୀକ୍ଷା ବଢ଼ାଇବା ଲାଗି ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଉପରୋକ୍ତ ଜିଲାଗୁଡ଼ିକରେ କଟକଣା କୋହଳ ହେଲେ ସ୍ଥିତି ଆହୁରି ଖରାପ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।