Posted inଖେଳ

ଜାନୁୟାରୀ ୩ରେ ସେଞ୍ଚୁରିଅନ ଟେଷ୍ଟ: ନେଟ୍ସରେ ଜୋର୍‌ଦାର ଅଭ୍ୟାସ କଲେ ବିରାଟ

କେପ୍‌ ଟାଉନ୍‌, ୨।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ଆରମ୍ଭ ହେବ ଦ୍ୱିତୀୟ କ୍ରିକେଟ ଟେଷ୍ଟ। ସେଞ୍ଚୁରିଅନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ଏକ ଇନିଂସ ଓ ୩୨ ରନ୍‌ରେ ଜିତି ଦକ୍ଷିଣ ଆଫ୍ରିକା ୨ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗରେ ରହିଛି। ତେଣୁ ଦ୍ୱିତୀୟ ଟେଷ୍ଟ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦଳର ଖେଳାଳିମାନେ ଅଭ୍ୟାସକୁ ଜୋରଦାର କରିଛନ୍ତି।

ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ବାମହାତୀ ଦ୍ରୁତ ବୋଲର ନନ୍ଦ୍ରେ ବର୍ଗର ଉଭୟ ଇନିଂସରେ ଚମତ୍କାର ବୋଲିଂ କରି ଭାରତୟ ଦଳକୁ କ୍ଷତି ପହଞ୍ଚାଇ ଥିଲେ। ତେଣୁ ସୋମବାର ଅନୁଷ୍ଠିତ ଅଭ୍ୟାସ ସେସନରେ ତାରକା ବ୍ୟାଟର ବିରାଟ କୋହଲି ନେଟ୍ସରେ ଏବଂ ନେଟ୍ସ ବାହାରେ ଦ୍ରୁତ ବୋଲରଙ୍କୁ ଅଧିକ ସମୟ ଖେଳିଥିଲେ। ସେ ଜଣେ ବାମହାତୀ ଦ୍ରୁତ ବୋଲରଙ୍କୁ ସମ୍ମୁଖୀନ ହେବାକୁ ଇଚ୍ଛା କରିଥିଲେ।

ବର୍ତ୍ତମାନର ଭାରତୀୟ ଦଳରେ କେହି ବାମହାତୀ ଦ୍ରୁତ ବୋଲର ନ ଥିବାରୁ ଦକ୍ଷିଣ ଆଫ୍ରିକା ବୋର୍ଡ ପକ୍ଷରୁ ଜଣେ ନେଟ୍‌ ବୋଲର ଯୋଗାଇ ଦିଆ ଯାଇଥିଲା। ଏହି ବୋଲରଙ୍କ ବିପକ୍ଷରେ କୋହଲି ୨୫ରୁ ୩୦ ବଲ୍‌ ଖେଳିଥିଲେ। ତେବେ ସବୁଠାରୁ କୌତୁହଳପ୍ରଦ କଥା ହେଲା ଦକ୍ଷିଣ ଆଫ୍ରିକା ବୋର୍ଡ ପକ୍ଷରୁ ଯେଉଁ ଯୁବ ବୋଲରଙ୍କୁ ଯୋଗାଇ ଦିଆ ଯାଇଥିଲା ତାଙ୍କ ସ୍ପିଡ୍‌ ନନ୍ଦ୍ରେ ବର୍ଗରଙ୍କ ସ୍ପିଡ୍‌ଠାରୁ ଅତିକମ୍‌ରେ ୧୫ ଭାଗ କମ୍‌। ନେଟ୍‌ ବୋଲରଙ୍କ ସ୍ପିଡ୍‌ କମ୍‌ ଥିବାରୁ କୋହଲି ତାଙ୍କ ଇନ୍‌ ସୁଇଂ ବଲ୍‌କୁ ମିଡ୍‌ ଉଇକେଟ ଉପରେ ମାରି ଅଭ୍ୟାସ କରିଥିଲେ। ଏହା ବ୍ୟତୀତ ସେ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ ଓ ଆଭେଶ ଖାଁଙ୍କ ବଲ୍‌ ମଧ୍ୟ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ...

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri