ପିପିଲି ପାଇଁ ପ୍ରକାଶ ପାଇବ ସାନି ବିଜ୍ଞପ୍ତି, ପ୍ରାର୍ଥୀ ଦେବା ପାଇଁ କଂଗ୍ରେସକୁ ମିଳିବ ୭ ଦିନ ସମୟ

ଭୁବନେଶ୍ୱର,୧୫।୪(ବ୍ୟୁରୋ): କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏନେଇ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ପ୍ରେସମିଟ୍‌ କରି କହିଛନ୍ତି, କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁ ନିର୍ବାଚନ ସ୍ଥଗିତ ରଖାଯାଇଛି। ରିଟର୍ଣ୍ଣି ଅଫିସର ନିର୍ବାଚନ ସ୍ଥଗିତ ରଖିଛନ୍ତି। ଏନେଇ ନିର୍ବାଚନ କମିଶନଙ୍କୁ ଜଣାଇ ଦିଆଯାଇଛି। ନିର୍ବାଚନ କମିଶନ ଭୋଟ ଗ୍ରହଣ ନେଇ ସାନି ବିଜ୍ଞପ୍ତି ପ୍ରକାଶ କରିବେ। ସମ୍ପୂର୍ଣ୍ଣ ନିର୍ବାଚନ ସୂଚୀ ଆଉଥରେ ପ୍ରକାଶ ପାଇବ। କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବା ପାଇଁ ୭ ଦିନ ସମୟ ମିଳିବ। ନିର୍ବାଚନ କମିଶନ ଯେଉଁ ତାରିଖ ଧାର୍ଯ୍ୟ କରିବେ ସେ ଅନୁସାରେ ଭୋଟଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share