Categories: ଖେଳ

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ନିରାଶ କଲା ଚ୍ୟାନେଲର ଏଭଳି ଘୋଷଣା

ଅହମ୍ମଦାବାଦ,୧୪।୧୦: ଭାରତ-ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା। ଏଥିରେ ବଲିଉଡର ସେଲିବ୍ରିଟିମାନେ ସାମିଲ ହେବେ ବୋଲି କୁହାଯାଇଥିଲା। ହେଲେ ମ୍ୟାଚ୍‌ର ପ୍ରସାରଣକର୍ତ୍ତା ଷ୍ଟାର ସ୍ପୋଟର୍‌ସ ଏହି କାର୍ଯ୍ୟକ୍ରମର ପ୍ରସାରଣ ଚ୍ୟାନେଲରେ କରାଯିବ ନାହିଁ ବୋଲି ଘୋଷଣା କରିଥିଲା। କେବଳ ଷ୍ଟାଡିୟମରେ ଥିବା ଦର୍ଶକଙ୍କ ଉଦ୍ଦେଶ୍ୟରେ ଏହା ଅନୁଷ୍ଠିତ ହେବ ବୋଲି ଚ୍ୟାନେଲ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଥିଲା। ତେବେ ଗାୟକ ଅରିଜିତ ସିଂହ, ଶଙ୍କର ମହାଦେବନ , ସୁଖବିନ୍ଦର ସିଂହ, ଶ୍ରଦ୍ଧା କପୁର, ସୁନିଧୀ ଚୌହ୍ବାନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା। ଏଣୁ ଯେଉଁମାନେ ଟେଲିଭିଜନ ପରଦାରେ ଏହାକୁ ଉପଭୋଗ କରିବାକୁ ମନସ୍ଥ କରିଥିଲେ ସେମାନଙ୍କୁ ଚ୍ୟାନେଲର ଘୋଷଣା ନିରାଶ କରିଛି। ବିଶ୍ୱକପ୍‌ ଓପନିଂ ସେରିମନି ହୋଇ ନ ଥିବାରୁ ଏହାକୁ ଦେଖି ଦର୍ଶକ ଖୁସି ହେବେ ବୋଲି ଆଶା କରିଥିଲେ। ହେଲେ ତାହା ହୋଇପାରିନାହିଁ।

Share