Categories: ଜାତୀୟ

ଅବ୍ବା ଜାନ୍‌ ପରେ ଚାଚା ଜାନ୍‌ଙ୍କ ଏଣ୍ଟ୍ରି, ଭାଜପାକୁ ଟାର୍ଗେଟ…

ଲକ୍ଷ୍ନୌ,୧୫।୯: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ଅବ୍ବା ଜାନ୍‌କୁ ନେଇ ରାଜନୀତି ସରଗରମ ରହିଛି। ଏପରିସ୍ଥଳେ ରାଜ୍ୟରେ ଚାଚା ଜାନ୍‌ଙ୍କ ଏଣ୍ଟ୍ରି ହୋଇଛି। ଭାରତୀୟ କୃଷକ ସଂଘ ନେତା ରାକେଶ ଟିକାଏତ ବାଗପତର ଟଟିରି ଗାଁରେ ଏକ ସାଧାରଣ ସଭାରେ ଏଆଇଏମ୍‌ଆଇଏମ୍‌ ପ୍ରମୁଖ ଅସଦୁଦ୍ଦିନ୍‌ ଓଓ୍ବାସିଙ୍କୁ ଭାଜପାର ଚାଚା ଜାନ୍‌ ବୋଲି କହିଛନ୍ତି।

ସେ ଭାଜପାକୁ ଟାର୍ଗେଟ କରି କହିଛନ୍ତି, ଏବେ ଉତ୍ତରପ୍ରଦେଶ ରାଜନୀତିକୁ ଚାଚା ଜାନ୍‌ ଆସି ସାରିଛନ୍ତି। ଚାଚା ଜାନ୍‌ ଭାଜପାକୁ ମନ ଇଛା ଗାଳିଗୁଲଜ କରିବା ଅବା ଦଳ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କଲେ ମଧ୍ୟ ତାଙ୍କ ନାମରେ କୌଣସି ମାମଲା ଦାଏର କରାଯାଉ ନାହିଁ। କାରଣ ଭାଜପା ଏବଂ ଏଆଇଏମ୍‌ଆଇଏମ୍‌ ଗୋଟିଏ ଟିମ୍‌ ଭଳି କାର୍ଯ୍ୟ କରୁଛନ୍ତି ବୋଲି ଟିକାଏତ ଅଭିଯୋଗ କରିଛନ୍ତି। ଏବେ ଟିକାଏତଙ୍କ ମନ୍ତବ୍ୟ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜାରି ରହିଛି।

Share