Categories: ଜାତୀୟ

ଛଗନ ଭୁଜବଳ କରୋନା ପଜିଟିଭ୍‌

ମୁମ୍ବାଇ,୨୨।୨: କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ସଙ୍କଟ ଦେଖାଦେଇଛି। ରାଜ୍ୟ ସରକାର ପ୍ରଭାବିତ ଅଞ୍ଚଳରେ କଟକଣାକୁ କଡ଼ାକଡ଼ି କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାରରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଥିବା ଏନ୍‌ସିପି ନେତା ଛଗ୍‌ ଭୁଜବଳଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ଶରଦ ପଓ୍ବାରଙ୍କ ସହିତ ରବିବାର ଏକ ବିବାହ ଉତ୍ସବରେ ଯୋଗଦେଇଥିଲେ। ଏବେ ସେ ମିଳାମିଶା କରିଥିବା ଲୋକଙ୍କୁ ଚିହ୍ନଟ କରାଯାଇ କ୍ୱାରାଣ୍ଟାଇନ୍‌ର ରଖାଯିବାର ଉଦ୍ୟମ ଆରମ୍ଭ ହୋଇଛି। ଛଗନ ତାଙ୍କ ସହିତ ମିଳାମିଶା କରିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇ ନେବାକୁ ଟୁଇଟ୍‌ କରି ଅନୁରୋଧ କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ରହିଥିବା ସେ ସୂଚନା ଦେଇଛନ୍ତି। ଏହା ସହିତ ସେ ଲୋକଙ୍କୁ ସଂକ୍ରମଣରୁ ଦୂରେଇ ରହିବା ସହିତ ନିଜ ନିଜର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି।

Share