ନୂଆଦିଲ୍ଲୀ,୨୮।୧୧: ଟିମ୍ଇଣ୍ଡିଆର ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଦିନିକିଆ ମ୍ୟାଚ୍ରେ ସବୁଠାରୁ ଅଧିକ ରନ୍ ଦେଇଥିବା ଭାରତୀୟ ସ୍ପିନ୍ ବୋଲର ପାଲଟିଛନ୍ତି। ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ରେ ୧୦ ଓଭରରେ ୮୯ ରନ୍ ଦେଇ ସେ ଗୋଟିଏ ମାତ୍ର ଉଇକେଟ ନେବାରେ ସଫଳ ହୋଇଥିଲେ।
ଚହଲଙ୍କ ପୂର୍ବରୁ ଏହି ରେକର୍ଡ ପିୟୁଷ ଚାଓ୍ବଲାଙ୍କ ନାମରେ ଥିଲା। ସେ ୨୦୦୮ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ୧୦ ଓଭରରେ ୮୫ ରନ୍ ଦେଇଥିଲେ। ଏବେ ଚହଲ ତାଙ୍କୁ ପଛରେ ପକାଇଛନ୍ତି। ଅପରପକ୍ଷେ ଗୋଟିଏ ମ୍ୟାଚ୍ରେ ସବୁଠାରୁ ଅଧିକ ରନ୍ ଦେଇଥିବା ଦ୍ରୁତ ବୋଲର ହେଉଛନ୍ତି ଭୁବନେଶ୍ୱର କୁମାର। ସେ ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ୧୦ ଓଭରରେ ୧୦୫ ରନ୍ ଦେଇଥିଲେ।