‘ଆଏ ହାଏ, ଓଏ ହୋଏ..ବଦୋ ବଦି’ ଗାଇଥିବା ଗାୟକଜଣଙ୍କ କିଏ? ଯାହାଙ୍କୁ ମିଳିଥିଲା ୨୮ ବିବାହ ପ୍ରସ୍ତାବ, ସେଲିବ୍ରିଟିଙ୍କ ଭଳି ଯିଏ ବଦଳାଇଛନ୍ତି ନାମ…

ବମ୍ବେ: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି ଏକ ଗୀତ ‘ଆଏ ହାଏ, ଓଏ ହୋଏ, ବଦୋ ବଦି…’। ପ୍ରାୟ ସମସ୍ତଙ୍କ ମୁହଁରେ ଏହି ଗୀତ ରହିଛି। ଏହି ଗୀତକୁ ଗାଇଛନ୍ତି ଚାହତ ଫତେହ ଅଲ୍ଲୀ ଖାନ୍‌। ରାତାରାତି ସେ ଏବେ ସୋସିଆଲ ମିଡିଆ ସେନସେଶନ ପାଲଟିଛନ୍ତି। ତାଙ୍କ ଗୀତରେ ହଜାର ହଜାର ସଂଖ୍ୟାରେ ରିଲ୍ସ ଅପ୍‌ଲୋଡ ହେଉଛି। ଏମିତିରେ ତାଙ୍କ ବିଷୟରେ ଜାଣିବା ଲାଗି ଲୋକଙ୍କ ଉତ୍କଣ୍ଠା ବଢ଼ିଛି।

ଚାହତ ଫତେହ ଅଲ୍ଲୀ ଖାନ୍‌ଙ୍କ ପ୍ରକୃତ ନାମ ଅଲ୍ଲି ଆଦନ। ହେଲେ ସ୍କ୍ରିନ୍‌ରେ ତାଙ୍କ ନାମକୁ ସେ ବଦଳାଇଛନ୍ତି। ସେ ଜଣେ କ୍ରିକେଟର ମଧ୍ୟ। ୧୯୮୩-୮୪ ଲାହୋରରେ କ୍ୱେଦ-ଏ-ଆଜମ୍‌ ଟ୍ରଫିରେ ସେ ଖେଲିଥିଲେ। ପଞ୍ଜାବ ଏବଂ ଲଣ୍ଡନରେ ସେ ନିଜର ଶିକ୍ଷା ସମାପ୍ତ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ତାଙ୍କର ଗୋଟିଏ ପରେ ଗୋଟିଏ ଗୀତ ଭାଇରାଲ ହୋଇଥିଲା। ସେଥିରେ ‘ପ୍ୟାରା ପିଏସ୍‌ଏଲ୍‌, ଲୋଟା ଲୋଟା, ଗୋଲ କଟ୍ଟରା, ତୁ ଚୋର ଚୋର୍‌ ଚୋର୍‌’ ଆଦି ସାମିଲ ରହିଛି।

ଗୀତଗୁଡ଼ିକ ଭାଇରାଲ ହେବା ପରେ ଚାହତଙ୍କୁ ବହୁତ ଚାଟ୍‌ ଶୋ’ରୁ ନିମନ୍ତ୍ରଣ ମିଳିଥିଲା। ଏହାପରେ ସେ ଅନେକ ପୁରସ୍କାର ଶୋ’ ଏବଂ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ତାଙ୍କୁ ଲାଇଭ୍‌ ଶୋ’ ସମୟରେ ୨୮ ବିବାହ ପ୍ରସ୍ତାବ ମିଳିଥିଲା, ହେଲେ ସେ ବିବାହିତ ଥିବା ଯୋଗୁ ଗୋଟିଏ ବି ସ୍ବୀକାର କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ପା-୨ ଟ୍ରେଲର ରିଲିଜ ହେବା ପୂର୍ବରୁ ହଙ୍ଗାମା: ମୁହାଁମୁହିଁ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୧୭ା୧୧: ଅଲୁ ଅର୍ଜୁନଙ୍କ ପ୍ରଶଂସକଙ୍କ ପାଇଁ ରବିବାର ଏକ ବିଶେଷ ଦିନ। କାରଣ ଫିଲ୍ମ ‘ପୁଷ୍ପା: ଦି ରୁଲ୍’ ଯାହା ପାଇଁ ସେମାନେ ବର୍ଷ ବର୍ଷ...

ପାଟନାରେ ହେବ ପୁଷ୍ପା-୨ର ଗ୍ରାଣ୍ଡ ଟ୍ରେଲର ଲଞ୍ଚ, ବିହାରକୁ କାହିଁକି ବାଛିଲେ ଅଲ୍ଲୁ ଅର୍ଜୁନ

ପାଟନା,୧୭।୧୧: ଦକ୍ଷିଣର ଲୋକପ୍ରିୟ ତାରକା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨: ଦି ରୁଲ୍‌’ର ଟ୍ରେଲର ରବିବାର ବିହାରର ରାଜଧାନୀ ପାଟନାରେ ଲଞ୍ଚ ହୋଇଛିି। ଏଥିପାଇଁ...

ଏକ କଠିନ ପ୍ରଶ୍ନର ଉତ୍ତର ଦେଇ ଡେନମାର୍କର ଭିକ୍ଟୋରିଆ କଜେର ହେଲେ ମିସ୍‌ ୟୁନିଭର୍ସ ୨୦୨୪ର ଓ୍ବିନର

ମେକ୍ସିକୋ ସିଟି,୧୭।୧୧: ମିସ ୟୁନିଭର୍ସ ୨୦୨୪ ଘୋଷଣା ହୋଇଛି ଏବଂ ଚଳିତ ବର୍ଷର ମିସ ୟୁନିଭର୍ସର ବିଜେତା ହେଉଛି ମିସ ଡେନମାର୍କ, ଯାହାଙ୍କ ନାମ ଭିକ୍ଟୋରିଆ...

ମହାରାଷ୍ଟ୍ରରେ ରାଲି କରୁଥିବାବେଳେ ହଠାତ୍‌ ଗୋବିନ୍ଦାଙ୍କ ଛାତିରେ ହେଲା ଯନ୍ତ୍ରଣା, ତା’ ପରେ…

ମୁମ୍ବାଇ,୧୭।୧୧:ପୁଣି ଅସୁସ୍ଥ ହେଲେ ବଲିଉଡ ଅଭିନେତା ଗୋବିନ୍ଦା । ଶନିବାର ଦିନ ମହାରାଷ୍ଟ୍ରର ଜାଲଗାଓଁ ଜିଲାରେ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ବାସ୍ଥ୍ୟ ହଠାତ ଖରାପ ହୋଇଯାଇଥିଲା।...

ଅଭିଷେକଙ୍କୁ ଶୋ’କୁ ଡାକି ଭୁଲ ହୋଇଯାଇଛି, ଛାଡପତ୍ର ଚର୍ଚ୍ଚା ଭିତରେ ଏମିତି କାହିଁକି ଅନୁତାପ କଲେ ବିଗ୍‌ ବି

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କୁଇଜ ସୋ ‘କୌନ ବନେଗା କରୋଡପତିର -୧୬’ ବିଶେଷ ହେବାକୁ ଯାଉଛି। କାରଣ ଏଥିରେ ବିଗ ବି’ଙ୍କ ଏକମାତ୍ର ପୁଅ...

ଅଭିନେତ୍ରୀ କସ୍ତୁରୀ ଗିରଫ

ହାଇଦ୍ରାବାଦ, ୧୬।୧୧: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ କସ୍ତୁରୀ ଶଙ୍କରଙ୍କୁ ଗିରଫ କରାଯାଇଛି। କିଛି ଦିନ ପୂର୍ବରୁ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସେ...

‘ହୋଇପାରେ କାଲି ମୋର ଶେଷ ଦିନ ହୋଇଥିବ…’

ବମ୍ବେ: ଫିଲ୍ମ ‘ଲାଲ୍‌ ସିଂ ଚଢ୍ଢା’ ପରେ ବଡ଼ ପରଦାରୁ ଦୂରେଇ ଯାଇଛନ୍ତି ସୁପରଷ୍ଟାର ଆମିର ଖାନ୍‌। ଏଣୁ ପ୍ରଶଂସକମାନେ ତାଙ୍କ ଫିଲ୍ମ କେବେ ଆସିବ...

ମାଳଦ୍ୱୀପରେ ଲୁଚିଛପି ପ୍ରେମିକାଙ୍କ ସହ ଛୁଟି କାଟୁଛନ୍ତି ସୈଫ୍‌ଙ୍କ ପୁଅ ଇବ୍ରାହିମ୍‌! ଫଟୋ ଖୋଲିଦେଲା ଗୁମର…

ବମ୍ବେ: ପ୍ରେମରେ ଉବୁଟୁବୁ ହେଉଛନ୍ତି ବଲିଉଡ୍‌ ଷ୍ଟାର ସୈଫ ଅଲ୍ଲି ଖାନ୍‌ଙ୍କ ବଡ଼ ପୁଅ ଇବ୍ରାହିମ୍‌ ଅଲି ଖାନ୍‌। ଟେଲି ପରଦାର ଚର୍ଚ୍ଚିତ ଅଭିନେତ୍ରୀ ଶ୍ୱେତା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri