Categories: ଫୁରସତ

ବାପାଙ୍କୁ କୁଣ୍ଢାଇ ଧରି କାନ୍ଦିକାନ୍ଦି ଏମିତି କହିଲେ ଝିଅ: ବାପାଙ୍କ ଆଖିରେବି ରହିଲାନି ଲୁହ, ଭାଇରାଲ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଚା’  ବିକାଳଙ୍କ  ଝିଅ ତାଙ୍କ ବାପାଙ୍କୁ କୁଣ୍ଢାଇ ଧରିି କହନ୍ତି, ପାପା, ମୁଁ ଜଣେ  ସିଏ ହୋଇଗଲି। ଏହି ଖବର ଶୁଣିବା ପରେ ତାଙ୍କ ବାପା ମଧ୍ୟ ମୁଣ୍ଡର ହେଲ୍‌ମେଟ୍‌ କାଢ଼ି କାନ୍ଦୁଛନ୍ତି।  ବାପା ଝିଅଙ୍କ ଏହି ଭାବପ୍ରବଣ ମୁହୂର୍ତ୍ତର ଭିଡିଓ ଭାଇରାଲ ହେବାରେ ଲାଗିଛି।  ତେବେ ଏହି ଲୁହ ବିଜୟର ଲୁହ। ସଫଳତାର ଲୁହ। ଏହି କାହାଣୀ ଦିଲ୍ଲୀର ଅମିତା ପ୍ରଜାପତିଙ୍କର। ଯାହାଙ୍କ ବାପା ଜଣେ ଚା’ ବିକାଳି
ଗୋଟେ ଚିଠିରେ ଝିଅର ମନକଥା ଲେଖାଅଛି । ସେ ଚିଠି ଝିଅର ସଫଳତା ବର୍ଣ୍ଣନା କରୁଛି । ଚିଠିରେ ଝିଅଟି ଲେଖିଛନ୍ତି, ‘ବାପା ମୁଁ ସିଏ ପାଇଛି। ଏହା ପାଇବାକୁ ମତେ ୧୦ ବର୍ଷ ଲାଗିଗଲା । ଆଖିରେ ଆଖିଏ ସ୍ବପ୍ନନେଇ ପ୍ରତିଦିନ ନିଜକୁ ନିଜେ ପଚାରୁଥିଲି, ଏ ସ୍ବପ୍ନ କ’ଣ ସତ ହେବ ! ନା ଏମିତି  ହୋଇ ଦିନ କଟିଯିବ ? କ୍ୟାଲେଣ୍ଡରର ତାରିଖ ବଦଳୁଥିଲା, ମୋ ସ୍ବପ୍ନ ନିଦ ବଦଳାଇବା ପରି । ହଠାତ୍‌  ଦେଖିଲା ବେଳକୁ ମୋ ସଫଳତାର ତାରିଖ ବି ପହଞ୍ଚିଲା । ୧୧ଜୁଲାଇ ୨୦୨୪ । ସ୍ବପ୍ନ ସତ ହେଇ ଯାଇଛି ବାପା, ତୁମ ଝିଅ ସିଏ ପାଇଛି । ବାପା, ତୁମକୁ ସମସ୍ତେ କହୁଥିଲେ, ଅଯଥାରେ କାହିଁ ଗୋଟାଏ ତା ପଢାପଢି ପଛରେ ଲାଗିଛ । ସିଏ  ସ୍ବପ୍ନ କାହିଁକି ଦେଖୁଛ । ତୁମ ଝିଅ ପାରିବନି । ଏମିତି କିଏ କେତେ କ’ଶୁଣିବାକୁ ପଡ଼ୁଥିଲା।  ଏ ସବୁ  କଥା ତୁମକୁ  ବହୁତ କଷ୍ଟ ଦେଇଥିବ।  ହେଲେ ଆଜି ମୁଁ ତୁମ ସ୍ବପ୍ନ ସତ କରିଛି ବାପା । ହଁ ମୁଁ ଗର୍ବରେ କହୁଛି, ମୋ ବାପା ଜଣେ ଚା ବାଲା, ହଁ ମୁଁ ଗୋଟିଏ ବସ୍ତିର ଝିଅ । ଏହି ଭିଡିଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଲାଟେଷ୍ଟ ଟ୍ରେଣ୍ଡସ ଭାଇରାଲରେ ପୋଷ୍ଟ କରାଯାଇଛି।
Share