Categories: ଫୁରସତ

ବାପା ଚାହୁଁଥିଲେ ଆଇଏଏସ୍‌ ହୁଅନ୍ତୁ, ପୁଅ ବାର୍‌ ଶୈଳୀରେ ଚା’ ବିକି କମାଇଲେ ୧୦୦ କୋଟି…

ବାପା ଚାହୁଁଥିଲେ ପୁଅ ଆଇଏଏସ୍‌ ହେଉ। ହେଲେ ପୁଅଙ୍କର ଚିନ୍ତା ଭିନ୍ନ ଥିଲା। ସେ ବ୍ୟବସାୟରେ ନିଜକୁ ପ୍ରମାଣିତ କରିବାକୁ ଚାହୁଁଥିଲେ। ସେ ତାହା କରିଦେଖାଇଲେ ମଧ୍ୟ। ଏବେ ସେ ୧୦୦ କୋଟିର ମାଲିକ। କାହାଣୀଟି ହେଉଛି ମଧ୍ୟପ୍ରଦେଶର ରିବାରେ ରହୁଥିବା ୨୩ ବର୍ଷୀୟ ଅନୁଭବ ଦୁବେଙ୍କର।

ଦେଶରେ ଚା’ର ଚାହିଦା ଅଧିକ। ହେଲେ ପ୍ରତି ଗଳିକନ୍ଦିରେ ଏହାର ବିକ୍ରି ହୋଇଥାଏ। ଅନୁଭବ କିନ୍ତୁ ଏହି ଚା’କୁ ଭିନ୍ନ ଢ଼ଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇ ସଫଳ ବ୍ୟବସାୟୀ ହୋଇଛନ୍ତି।

ଅନୁଭବ ନିଜ ବନ୍ଧୁ ବି କମ୍‌ ଗ୍ରାଜୁଏଟ୍‌ ଆନନ୍ଦ ନାୟକଙ୍କ ସହ ମିଶି ଚା’କୁ ଆଧୁନିକତାର ସ୍ପର୍ଶ ଦେଇଥିଲେ। ସେ ମାଟିକପ୍‌ରେ ଦିଆଯାଉଥିବା ଚା’କୁ ବାର୍‌ ଶୈଳୀରେ ଲୋକଙ୍କ ସାମ୍ନାରେ ରଖିଥିଲେ। ଏହା ପସନ୍ଦ ମଧ୍ୟ ଆସିଥିଲା।

୨୦୧୬ରେ ଦୁଇ ବନ୍ଧୁ ମାତ୍ର ୩ ଲକ୍ଷ ଟଙ୍କାରେ ଇନ୍ଦୋରର ଏକ କଲେଜ ସମ୍ମୁଖରେ ‘ଚାଏ ସୁଟ୍ଟା ବାର’ ନାମକ ଦୋକାନ ଖୋଲିଥିଲେ। ନା’ ବାର୍‌ ଭଳି ଥିଲେ ହେଁ ସେଠାରେ ସିଗାରେଟ୍‌ ଟାଣିବା ବ୍ୟାନ୍‌ ଥିଲା। ଯୁବକମାନଙ୍କୁ ତାଙ୍କର ଆଇଡିଆ ପସନ୍ଦ ଆସିବା ପରେ ସେହି ଦୋକାନରେ ଭିଡ ଜମିଥିଲା। ଧିରେ ଧିରେ ଏହା ବଢ଼ିଥିଲା।

ବର୍ତ୍ତମାନ ‘ଚାଏ ସୁଟ୍ଟା ବାର’ର ଦେଶର ୩୦୦ ସହରରେ ୫୦୦ରୁ ଅଧିକ ଆଉଟ୍‌ଲେଟ୍‌ ଅଛି। ପ୍ରତି ଆଉଟଲେଟ୍‌ରୁ ୪.୫ ଲକ୍ଷ କପ୍‌ ଚା’ ପ୍ରତ୍ୟେହ ବିକ୍ରି ହେଉଛି। କେବଳ ୬ ବର୍ଷରେ କମ୍ପାନୀ ୧୦୦ କୋଟିରୁ ଅଧିକ କାରୋବାର କରୁଥିବା ବ୍ରାଣ୍ଡ ପାଲଟିଛି।

Share