
ଗୋପାଳପୁର,୭ା୪(ନବୀନ ରାଜ ଆଚାରୀ): ଗୋପାଳପୁର ଥାନା ଅଞ୍ଚଳରେ ଲୁଟ, ଚୋରି ଓ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ବେଳାଭୂମିରେ ପ୍ରାତଃ ଭ୍ରମଣ ସମୟରେ ମହିଳାଙ୍କ ଠାରୁ ସୁନା ଚେନ ଦୁର୍ବୃତ୍ତ ମାନେ ଝାମ୍ପି ନେଇଥିବା ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ସଂଘମିତ୍ରା ଜେନା ତାଙ୍କ ପରିବାର ସହିତ ୪ ତାରିଖରେ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସିଥିଲେ। ସ୍ଥାନୀୟ ପାନ୍ଥନିବାସରେ ରହୁଥିଲେ। ସୋମବାର ସକାଳେ ସଂଘମିତ୍ରା ପ୍ରାତଃ ଭ୍ରମଣ ଲାଗି ବେଳାଭୂମିକୁ ଯାଇଥିଲେ। ଏଠାରେ ଚଲାବୁଲା କରୁଥିବା ସମୟରେ ୨ ଦୁର୍ବୃତ୍ତ ପଛପଟୁ ଆସି ତାଙ୍କ ବେକରୁ ଚେନ୍ ଝାମ୍ପିନେଇ ଚମ୍ପଟ ମାରିଥିଲେ। ଏନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ୯୭/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜ କରୁଛି। ସଂଘମିତ୍ରା କଟକ ଜିଲାରେ ଡାକ୍ତର ଥିବା ଜଣାପଡ଼ିଛି।