ଭଦ୍ରକ ଅଫିସ, ୪ା୪- ୩ ବର୍ଷ ହେଲା ହାତରେ ପଡ଼ିଛି ଶିକୁଳି। ଗୋଟିଏ ଘରେ ଖାଦ୍ୟପେୟ ସାଙ୍ଗକୁ ଦୈନନ୍ଦିନ କାର୍ଯ୍ୟକ୍ରମ। ଏକ କୋଠରୀରେ ବନ୍ଦୀ ଜୀବନ କାଟୁଛନ୍ତି ହରେକୃଷ୍ଣ ମଳିକ(୫୨)। ଘର ଭଦ୍ରକ ଜିଲା ସଦର ବ୍ଲକ ଗୋରାମାଟି ପଞ୍ଚାୟତ ଚକପୁର ଗ୍ରାମରୁ ନଜରକୁ ଆସିଛି ଏଭଳି ଘଟଣା।
ସ୍ତ୍ରୀ ଅନ୍ନପୂର୍ଣ୍ଣା ଗଁାରେ ଅନ୍ୟ ଘରେ କାମ କରି ସ୍ବାମୀଙ୍କ ଔଷଧ ଖର୍ଚ୍ଚ ତୁଲାଉଛନ୍ତି। ମା’ ବାପାଙ୍କ କଷ୍ଟ ଦେଖି ଭାଙ୍ଗି ପଡ଼ିଛନ୍ତି ଯୁକ୍ତ ୩ରେ ପାଠ ପଢ଼ୁଥିବା ବଡ଼ଝିଅ କଳ୍ପନା । ଆଉ ୧୫ ବର୍ଷର ପୁଅ ତାମିଲନାଡୁରେ ଦୁଇବର୍ଷ ହେଲା ଦାଦନ ଖଟୁଛି। ଅନ୍ନପୂର୍ଣ୍ଣା କୁହନ୍ତି, ହଠାତ୍ ହରେକୃଷ୍ଣଙ୍କର ମାନସିକ ବିକୃତଙ୍କ ଭଳି କାର୍ଯ୍ୟକଳାପ ଦେଖି ତାଙ୍କୁ ୩ ବର୍ଷ ଧରି ଗୋଟିଏ ଘରେ ତାଲା ପକାଇ ରଖାଯାଇଛି। ତାଙ୍କର ଚିକିତ୍ସା ପାଇଁ ଅର୍ଥ ନାହିଁ। ତେବେ ଶହୀଦ ଭଗତସେନା ପକ୍ଷରୁ ହେମନ୍ତ କୁମାର ମହାପାତ୍ର ପହଞ୍ଚି ତାଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସରକାରୀ ସ୍ତରରେ ହରେକୃଷ୍ଣଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବାକୁ ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି।