Posted inଜାତୀୟ

କନ୍ୟାଙ୍କ ବାନ୍ଧବୀଙ୍କୁ ମାଳ, ଚାପୁଡ଼ା ଖାଇ ବର ଶିଶୁପାଳ

ବରେଲି,୨୬ା୨: ବାହା ହେବାକୁ ଯାଇଥିଲେ। କିନ୍ତୁ ବିବାହ ବେଳେ କନ୍ୟାଙ୍କ ପରିବର୍ତ୍ତେ ତାଙ୍କ ସବୁଠୁ ଭଲ ବାନ୍ଧବୀଙ୍କୁ ମାଳ ପିନ୍ଧାଇଦେଲେ। ନିଶାସକ୍ତ ବରଙ୍କ ଏଭଳି କାର୍ଯ୍ୟରେ କ୍ଷୁବ୍ଧ ହୋଇ କନ୍ୟା ତାଙ୍କୁ ଚାପୁଡ଼ା ମାରିଲେ। ଏତିକି ନୁହେଁ, ଏଭଳି ମଦ୍ୟପ ପୁଅକୁ ବିବାହ କରିବି ନାହିଁ ବୋଲି କନ୍ୟା ରୋକ୍‌ଠୋକ୍‌ ଶୁଣାଇଦେଲେ। ଶେଷ ମୁହୂର୍ତ୍ତରେ ବାହାଘର ଭାଙ୍ଗିଯିବା ପରେ ବର ଶିଶୁପାଳ ହୋଇ ନିଜ ଘରକୁ ଫେରିବାକୁ ବାଧ୍ୟ ହେଲେ। ଉତ୍ତର ପ୍ରଦେଶର ବରେଲିରେ ଘଟିଛି ଏହି ନାଟକୀୟ ଘଟଣା।

ରବୀନ୍ଦ୍ର କୁମାର(୨୬) ବରେଲିର ରାଧାଦେବୀ(୨୧)ଙ୍କୁ ବିବାହ କରିବା ପାଇଁ ବରଯାତ୍ରୀଙ୍କ ସହ ଯାଇଥିଲେ। ବରଯାତ୍ରୀ ଶୋଭାଯାତ୍ରା ଲମ୍ବି ଚାଲିଥିଲା। ଏଥିଯୋଗୁ ବିବାହ ବେଦୀରେ ପହଞ୍ଚତ୍ବା ବେଳକୁ ଡେରି ହୋଇଗଲା। ଏତିକି ନୁହେଁ, ବରପକ୍ଷ କନ୍ୟାପକ୍ଷଙ୍କୁ ପୂର୍ବ ନିର୍ଦ୍ଧାରିତ ଯୌତୁକଠାରୁ ଅଧିକ ମାଗିଥିଲେ। ଝିଅଙ୍କ ବାପା ପୂର୍ବରୁ ୨.୫ ଲକ୍ଷ ଟଙ୍କା ଦେଇସାରିଥିବାବେଳେ ଆଉ ୨ ଲକ୍ଷ ଟଙ୍କାର ଦାବି ପୂରଣ କରିବାକୁ ରାଜି ହୋଇ ନ ଥିଲେ ବୋଲି ଥାନାରେ କନ୍ୟାପକ୍ଷ ଏତଲା ଦେଇଛନ୍ତି।

ରବୀନ୍ଦ୍ର କୁଆଡ଼େ ନିଜ ପସନ୍ଦର ଅନ୍ୟ ଜଣେ ଝିଅଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥିଯୋଗୁ ସେ ନିଜ ବିବାହ ବେଳେ ଅତ୍ୟଧିକ ମଦ ପିଇଦେଇଥିଲେ। ରବୀନ୍ଦ୍ର ନିଶାସକ୍ତ ଅବସ୍ଥାରେ କନ୍ୟା ରାଧାଦେବୀଙ୍କୁ ବରମାଳା ନ ପିନ୍ଧାଇ ତାଙ୍କ ନିକଟରେ ଥିବା କନ୍ୟାଙ୍କ ବେଷ୍ଟ ଫ୍ରେଣ୍ଡ୍‌ଙ୍କୁ ପିନ୍ଧାଇଦେଇଥିଲେ। କେବଳ ଏତିକି ନୁହେଁ, ସେ କନ୍ୟା ଘର ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ। ତାଙ୍କର ଏପରି ଆଚରଣ ଦେଖି ରାଧାଦେବୀ ବିବାହ କରିବାକୁ ମନା କରିଦେଲେ। ରାଧାଦେବୀ ବିବାହ ମଣ୍ଡପରୁ ଉଠି ଚାଲିଯାଇଥିଲେ।

ଫଳରେ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା। ଚେୟାର ଓ ଅନ୍ୟ ସାମଗ୍ରୀଗୁଡ଼ିକ ଫିଙ୍ଗାଫିଙ୍ଗି ହେଲା। ପୋଲିସ ସେଠାରେ ପହଞ୍ଚତ୍ ବରପକ୍ଷଙ୍କୁ ଫେରାଇଦେଲା। ରବୀନ୍ଦ୍ର ଓ ତାଙ୍କର କେତେଜଣ ବନ୍ଧୁଙ୍କୁ ଥାନାରେ ଅଟକ ରଖାଯାଇଛି। ରବୀନ୍ଦ୍ରଙ୍କ ସାଙ୍ଗମାନେ ବେଆଇନ ଭାବେ ବିକ୍ରି ହେଉଥିବା ମଦ ଆଣି ତାଙ୍କୁ ପିଆଇଦେଇଥିବା କୁହାଯାଉଛି। ଇତିମଧ୍ୟରେ ମଦ ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବୟାନ ଦେଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ, ଖୁବଶୀଘ୍ର ଭାରତ କରିବ ଆକ୍ରମଣ

ନୂଆଦିଲ୍ଲୀ,୨୮।୪: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ସୋମବାର କହିଛନ୍ତି ଯେ ଗତ ସପ୍ତାହରେ କାଶ୍ମୀରରେ ପର୍ଯ୍ୟଟକମାନଙ୍କ ଉପରେ ହୋଇଥିବା ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ପଡ଼ୋଶୀ...

ଲଞ୍ଚ ପ୍ୟାଡ ଚିହ୍ନଟ କଲା ଭାରତ, ଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଉଛି ପାକିସ୍ତାନ: ରିପୋର୍ଟ

ନୂଆଦିଲ୍ଲୀ,୨୮।୪: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡ ଉପରେ ଭାରତୀୟ ସୁରକ୍ଷା ବାହିନୀ ତୀକ୍ଷ୍ଣ ନଜର ରଖିଛି। ଗୋଇନ୍ଦା ରିପୋର୍ଟ ଅନୁଯାୟୀ,...

Video: ମଞ୍ଚ ଉପରେ ପୋଲିସକୁ ଉପରକୁ ହାତ ଉଠାଇଲେ ମୁଖ୍ୟମନ୍ତ୍ରୀ, ଭିଡିଓ ଭାଇରାଲ

ବେଙ୍ଗାଳୁରୁ, ୨୮।୪: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ଜନସଭା ମଞ୍ଚରେ ଜଣେ ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବାକୁ ଇଙ୍ଗିତ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ...

ୟୁକ୍ରେନରେ ତିନି ଦିନିଆ ଅସ୍ତ୍ରବିରତି ଘୋଷଣା କଲେ ପୁଟିନ

ନୂଆଦିଲ୍ଲୀ,୨୮।୪: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧରେ ଏକ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା କରିଛନ୍ତି।କ୍ରେମଲିନ କହିଛି ଯେ ଏହି ଅସ୍ତ୍ରବିରତି ମେ ୮ ତାରିଖ...

ଆକ୍ରମଣ ପଛର ଷଡ଼ଯନ୍ତ୍ର ଖୋଜୁଛି ଏନ୍‌ଆଇଏ ଟିମ୍‌

ନୂଆଦିଲ୍ଲୀ,୨୮।୪:ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଅନୁଷ୍ଠାନିକ ଭାବେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ମାମଲାର ତଦନ୍ତ ଭାର ଗ୍ରହଣ କରିବା ସହ ତଥ୍ୟପ୍ରମାଣ ଯୋଗାଡ଼ ଲାଗି ବିଭିନ୍ନ ସ୍ଥାନରେ...

ଯୁଦ୍ଧ ଆଶାଙ୍କା କରି ଏଲଓସି ସୀମାନ୍ତ ଅଞ୍ଚଳରେ ଆଗୁଆ ଫସଲ କାଟିଲେ ଚାଷୀ

ଚଣ୍ଡିଗଡ଼,୨୮।୪:ପହଲଗାମ୍‌ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ସୀମାନ୍ତ ଜମିରୁ ୪୮ ଘଣ୍ଟା ମଧ୍ୟରେ ଫସଲ ଅମଳ ଶେଷ କରିବାକୁ ସୀମା ସୁରକ୍ଷା...

ଭାରତ-ଆଫଗାନିସ୍ତାନ ମଧ୍ୟରେ ବଢୁଛି ସମ୍ପର୍କ, PAKକୁ ଝଟକା ଦେବ ଏହି…

ନୂଆଦିଲ୍ଲୀ,୨୮।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। ପହଲଗାମ ଆକ୍ରମଣ ପରେ, ଉଭୟ ଦେଶ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ,...

‘ଭାରତରେ ବିବାହ କରିଛନ୍ତି ୫ ଲକ୍ଷରୁ ଅଧିକ ପାକିସ୍ତାନୀ ଯୁବତୀ’,ଭାଜପା ନେତାଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୨୮।୪: ଭାରତୀୟ ଜନତା ପାର୍ଟି (ଭାଜପା) ଏମପି ନିଶିକାନ୍ତ ଦୁବେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି। ସେ ପାକିସ୍ତାନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image